STORYMIRROR

Chinmaya Kumar Nayak

Tragedy Inspirational

4  

Chinmaya Kumar Nayak

Tragedy Inspirational

ଅଫୁଟା ଫୁଲ

ଅଫୁଟା ଫୁଲ

1 min
204

ଫୁଟିବା ଆଗରୁ ଝରିବି କାହିଁକି

ଶାପଗ୍ରସ୍ତ କଢି ପରି

ତୁମ ସ୍ୱାର୍ଥ ପାଇଁ ମୋ ଜୀବନ କିମ୍ପା

ପଡ଼ୁଥିବ ସଦା ବଳି !


ଜଳିବା ଆଗରୁ ଲିଭାଇବା ଯଦି

ଥିଲା ଇଛା ତୁମ୍ଭ ମନେ

ଜରାୟୁରେ ମୋତେ ଧରି ରଖିବାକୁ

ପାଞ୍ଚୁଥିଲ କାହିଁ ମନେ !


ଜନମ ଆଗରୁ ପରିଚୟ ମୋର

ବ୍ୟଗ୍ର ଥିଲ ଜାଣିବାକୁ

କନ୍ୟାଟିଏ ବୋଲି ଜାଣିବା ଉତ୍ତାରୁ

ଇଛିଲ କି ମାରିବାକୁ !


ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମୋ

ଶ୍ବାସ ରୁଦ୍ଧ ହୋଇ ଯାଏ

ପ୍ରତି ମୁହୂର୍ତ୍ତରେ ମୋ ଭଳି କେଉଁଠି

ନ ଫୁଟି ସେ ଝରିଯାଏ !


ଜୀବନଟେ ଦେବା ନାହିଁ ଶକ୍ତି ତୁମ

ନେବାର କି ଅଧିକାର

ନିଜ ଅଂଶକୁ ଯେ ନିଜ ହାତେ ମାରେ

ମଣିଷ ସେ କି ପ୍ରକାର !


କେଜାଣି ପୁତ୍ରଟେ କି ସେବା କରିବ

ନିଜକୁ ପଚାରି ଦେଖ,

ତୁମ ପିତା ମାତା ଆଖିରେ ଲୋତକ

ପାର ଯଦି ଥରେ ଦେଖ।


ଫୁଲ ନଫୁଟିଲେ ତୁମ ଅଗଣାରେ

କାହୁଁ ବା ଖୁସି ଝରିବ,

ଥରେ ସେ ଫୁଲର ମୋହେ ପଡ଼ି ଦେଖ

ଶୁନ୍ୟ ହୃଦ ପୂର୍ଣ୍ଣ ହେବ।


ହେ ଅନ୍ଧ ପିତାମାତା ଆଖି ମେଲି ଥରେ

ପକ୍ଷପାତ ତେଜି ଉଠ,

କନ୍ୟା ଫୁଲଟିକୁ ବାତ୍ସଲ୍ୟ ପ୍ରେମରେ

କୋଳରେ ଆଦରି ଦେଖ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy