STORYMIRROR

MADHU MITA

Tragedy

3  

MADHU MITA

Tragedy

ଅପହଞ୍ଚ

ଅପହଞ୍ଚ

1 min
255


ଅଧା ଖୋଲା ଆଖିରେ...ଭୋକିଲା ପେଟରେ

ପୁଅ ପଚାରିଲା..ଗୋଲ୍ ଧଳା ସେଇ ସୁନ୍ଦର ଜିନିଷ

ପାଇବାକୁ ଏତେ ଇଚ୍ଛା ହେଉଛି.. ମା ସେଇଟା କଣ??


ସେଇଟା ପରା ଚନ୍ଦ୍ର..ବହୁତ ସୁନ୍ଦର.. ମନଲୋଭା..

ଅପୂର୍ବ ରୂପ ତାର. ଅପୂର୍ବ ତା ଶୋଭା...


ପୁଣି କହିଲା ପୁଅ..ମା..ଚଦ୍ରକୁ ପାଇବାକୁ କଣ ସମସ୍ତେ ଚାହାନ୍ତି??

ହଁ ଧନ.. ଚନ୍ଦ୍ରକୁ ହାତରେ ଧରିବାକୁ ସଭିଏଁ ଇଚ୍ଛା କରନ୍ତି...


ମା ର ଆଖି ସୁଦୂର ଆକାଶର ଗୋଲ୍ ଧଳା ଜିନିଷ ଉପରେ...

ଆଉ ପୁଅ ଭୋକିଲା ପୁଅ ଦେଖୁଥିଲା.......


ପାଖ ହୋଟେଲ୍ ତାୱା ଉପରେ ଥିବା ଗୋଲ୍ ରୋଟି ଉପରେ..

ଯାହା ଖାଇବାକୁ ଗହଳି ହେଇଥିଲା.. ତା ଚାରି ପାଖରେ।।


ଦରୋଟି ଭାଷାରେ ପୁଅ କହିଲା..

ମା.. ଭୋକ ଲାଗିଲାଣି.. ଚନ୍ଦ୍ରକୁ ଖୁଏଇ ଦବୁ!!


ମା ନିରୁତ୍ତର.. ଦୁଇ ଟୋପା ତଳ ଲୁହ..ଥିଲା ତା ଉତ୍ତର..

ଚନ୍ଦ୍ର ତାରା ସୂର୍ଯ୍ୟ କଣ!! ସେ ରୋଟି ଖଣ୍ଡେ ଦେଇ ପାରୁନି...

ପଛକୁ ମୁହଁ କଲା ମା.. ରହିଗଲା ଦୂରରେ ଚନ୍ଦ୍ର.. ଗୋଲ୍.. ସୁନ୍ଦର...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy