ଅଫେରା ସ୍ନେହ
ଅଫେରା ସ୍ନେହ
ମୃତ୍ୟୁ ଯେବେ ଆସେ
ନୀରବେ ଆସେ
କହେନାହିଁ କିଛି କଥା,
ସୂଚନା ଦିଏନି
ଦେଇଯାଏ ଖାଲି
ମନରେ ଅଜସ୍ର ବ୍ୟଥା ।
ହାତକୁ ହଲାଇ
ବିଦାୟ ନିଏ
ଆଖି ପଲକରେ ହୁଏ ,
ଅନେକ ଆଶା ରହିଥାଏ
ଅନେକ କଥା
ଦେଖୁ ଦେଖୁ ଘଟିଥାଏ ।
ଦୁନିଆ ବିକୁରେ
ଚାଲିଗଲା ପରେ
ଚାଲିଗଲା କୁହନ୍ତି
ବନ୍ଧୁ, ସହୋଦୟ
ଆପଣାର ସବୁଲୁହ
ଖାଲି ପିଇ ଯାଆନ୍ତି ।
ଶୁନ ଶାନ୍ ରାସ୍ତାରେ
ଛଳନା କରି
ମୃତ୍ୟୁ ଡାକିନିଏ ,
ଆପଣାର କି
ସିଏ ଯିଏ
ବିଦାୟ ନେଇ ଯାଏ ।
ସୁଖ ବି ଫେରନ୍ତା
ସ୍ନେହ ବି ଫେରନ୍ତା
ଖୋଜେ ଅଶ୍ରୁଳ ନୟନରେ,
ହେଲେ ପ୍ରତିକ୍ଷିତ
ସ୍ନେହାଙ୍କୁକ ସବୁ
ଆସନ୍ତିନି ଏ ଜୀବନରେ ।