STORYMIRROR

linki barik

Inspirational Others

4  

linki barik

Inspirational Others

ଅଫେରା ଅତୀତ

ଅଫେରା ଅତୀତ

1 min
396

ଥୁଣ୍ଟା ବରଗଛୁ ଝରିଗଲେ ପତ୍ର

ବୃକ୍ଷର ଆଉ କି ସୁଗମ ଗତ୍ର,

କହେ ମୋର ମନ ବାରି ବାରି ମତେ

ହଜିଲା ସେ ସ୍ମୃତି ସାଗର ଗର୍ଭରେ

କଲେ ଯେତେ ଚେଷ୍ଟା ହେଲେ ଯେତେ ଭାଳି

ଅତୀତ କି ଆଉ ଫେରେ ।


ସେ ଅଫେରା ଅଫେରନ୍ତା ରାଇଜେ

ଅଛି କେତେ ସ୍ମୃତି ସୌଧ,

ଭାଵନାର ଅନ୍ତରାଳେ ଯେବେ ଆସେ ଚାଲି

ଦୂର ଦିଗବଳୟ ବି ତା ଠାରୁ ଲାଗେ ମୁଗ୍ଧ।


ଫେରି ଆସନ୍ତା କି ମୋ ଅଫେରା ଅତୀତ

ସେଇ ବର୍ଷା ସେଇ ଝାଞ୍ଜି ସେଇ କାଲୁଆ ଶୀତ,

ହଜି ମୁଁ ଯାଆନ୍ତି , ଭିଜି ମୁଁ ଯାଆନ୍ତି 

ମୋ ଅସ୍ତିତ୍ବ କୋଳେ

ହୁଅନ୍ତି ବିଲୀନ ସେ ଅତୀତ ଗର୍ଭରେ

ପୁଣି ଦୃଶ୍ୟମାନ କାଳବଳେ।


କୁହନ୍ତି କିଛି ପ୍ରିୟଜନ

ଅତୀତ ଯେ ଏକ ପୁରୁଣା ଫର୍ଦ୍ଦ,

ଭୁଲିଯାଇ ତାକୁ ବଢ଼ ଆଗକୁ

ଭବିଷ୍ୟତ ଏକ ନୂତନ ଆସର୍ଦ୍ଧ।


ଏ ନିଛକ ମନରେ ଯେତେ ସ୍ମୃତି ଉତ୍ତରଣ

ଅତୀତ ତାକୁ କରାଏ ଯେ ସଂସ୍କରଣ,

ଅତୀତକୁ ନେଇ ବର୍ତ୍ତମାନ ଭବିଷ୍ୟତ

ଜୀବନର ଏ ନିଛକ ସତ୍ୟ ।


ହେ ଅଫେରା ଅତୀତ!

ଭଗ୍ନ କର ଏ ସ୍ମୃତି ସୌଧ ସର୍ବ

ଜଳାଇ ଦିଅ ତୁମ୍ଭେ ଆଲୋକର ପର୍ବ,

ଫେରିଆସି କର ଏକ ଦୃଢ଼ ଆଲିଙ୍ଗନ

ସଦା ତତ୍ପର ତୁମ୍ଭ ଲାଗି ଏ ମନ ଉପବନ ।


ପଚାରିଲି ମୁଁ ଜହ୍ନକୁ ଚାହିଁ

ମୋ ଅତୀତକୁ ଦେ ଫେରାଇ,

ହାସ୍ୟବଦନେ ସେ ଦେଲା ଉତ୍ତର ମୋତେ ଚାହିଁ

ଅଫେରା ଅତୀତ ସେ ବା ଫେରିବ କି ପାଇଁ ।


ସ୍ମୃତି ହୁଙ୍କା ମନେ ଉଙ୍କି ମାରି ମନେ ଯାଏ ମରି

ବିଗତ ସେ ସ୍ମୃତି, ଲବ୍ଧ ଅନୁଭୂତି ଅତୀତ ଆସେନା ଫେରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational