STORYMIRROR

Anuja Behera

Abstract Inspirational Others

4  

Anuja Behera

Abstract Inspirational Others

ଅଫେରା ଅପରାହ୍ନରେ

ଅଫେରା ଅପରାହ୍ନରେ

1 min
218


ଖିଲି ଖିଲି ଖୋଲାର ମୁକ୍ତ ହସରେ

ନିରବ, ନିଷ୍ପାପ ର ପ୍ରଫୁଲିତ ଆନନ୍ଦ ବଦନରେ

ମଣିଷପଣିଆର ନିଛକ ପ୍ରତିଛବି ଟେ

ନିତ୍ଯ ଝଲସି ଉଠୁଥିଲା

ଧରାପରେ ତୋ ଅବସ୍ତିତିରେ ।


ଚଳଚଞ୍ଚଳ ପ୍ରାଙ୍ଗଣ ଭିତି ଭୂମିରେ

ପ୍ରିୟ ଅପ୍ରିୟ ସମସ୍ତଙ୍କୁୁ ଆପଣାର ଭାବି

ସ୍ନେହ ଆଦର ସମ୍ମାନ 

ନକରି ଏନ୍ୟଠାରେ ମାନ ଅଭିମାନ ।


ମୁରୁକି ହସର ସେ ସ୍ମିତ ଓଠରେ

ହସ ଖେଳର ସେ କଅଁଳ ବୟସରେ

ମଧୁର ପ୍ରେମରେ ପିଆଲା ବାଣ୍ଟୁଥିଲୁ

ଜନସମାଜର ମାନସ ପଟରେ

ଅତି ସରାଗରେ ।


ଏମିତି ଏକ ଅନ୍ତରଙ୍ଗ ମୁହୁର୍ତ୍ତ ଭିତରେ

ଏମିତି ହଠାତ ଅଦିନରେ ଅର୍ନ୍ତଧ୍ୟାନ ହେବ

କିଏ ବା ଜାଣିଥିଲା

ବିସ୍ତୃତ ଅମାପ ଭଲପାଇବା ଓ 

ଅଲିଭା ସ୍ରୁତିର ପାଦଚିହ୍ନ ଛାଡି

ଏମିତି ଅକାଳରେ

ଦୁର ଦିଗବଳୟ ର ଧୁସରିତ ମେଘାଚ୍ଛନ୍ନ ଭିତର

ଚିର ସମୟ ପାଇଁ ସମ୍ପୂର୍ଣ୍ଣ ହଜିଯିବା

ମୋ ପାଇଁ ଏବେବି ବାସ୍ତବ ଲାଗୁନି

ତଥାପି ବ୍ୟତିବ୍ୟସ୍ତ ଭାବେ 

ଏଠି ସେଠି ହଜାରେ ଖୋଜିଲେ ବି କଉଠି ପାଉନି


ତୁ ସିନା ଅଧା ବାଟେ ହାତ ଛାଡି ହଜିଗଲୁ

ଅଦ୍ରୁଶ୍ୟ ଅଫେରା ଅପରାହ୍ନରେ ଆଜି 

କିନ୍ତୁ ରହିଛୁ ରହିବୁ ନିଶ୍ଚିତ

ମୋ ହ୍ରୁଦୟର ଆଉଗୋଟେ ହ୍ରୁଦୟ ସାଜି ।






Rate this content
Log in

Similar oriya poem from Abstract