STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଅଫେରା ଅଭିମନ୍ୟୁ

ଅଫେରା ଅଭିମନ୍ୟୁ

1 min
375


ସମୟର ଚୋରାବାଲି ଏଠି

ଆସିବାର ପାଦ ଚିହ୍ନ ଖାଲି

କବାଟରେ କୋଲପ ଝୁଲୁଛି

ଭାବୁଛି ଲେଉଟିବି ବୋଲି।।


ଶୁଖିଲା ଗୋବର ଗୋଇଠି

ଜଳେଇଲେ ଧୂଆଁ ତ ଉଡିବ

ଜଳିବା ସରି ଗଲା ପରେ

ଦେହେ ଦେହେ ନିଆଁ ଶୋଇଥିବ।


ଅଟକିଛି ଛାତିରେ ମୋ ରକା

ନିଃଶ୍ବାସ ନେବାକୁ ଲାଗେ ଡର

ଜୀବନଟା ଆପଣାର ବୋଲି

ନିଃଶ୍ବାସ ର ଆଜି ଦରକାର।


ଗରମ ପାଣିରେ କେବେ ହେଲେ

ଘର ଜଳେନାହିଁ ଜାଣେ ବୋଲି

ପିଇବି କି ଗରମ ଚାଆ ଝଅଟ

ଜିଭରେ ଫୋଟକା ହେବ ଖାଲି।


ଚିତ୍ର ତୁମେ ଆଙ୍କି ଦେଖାଇଲ

ତପନର ଅରୁଣ କିରଣ

ଜାଣିବି କେମିତି କୁହ ଏହା

ଉଦୟ କି ଅସ୍ତ ର ଚିତ୍ରଣ।


ଅଭିମନ୍ୟୁ ଲେଉଟେନା କେବେ

ଚକ୍ରବିହ୍ଵ ବାହାନା ତ ମାତ୍ର

ମୃତ୍ୟୁ ପରେ ବଞ୍ଚିବାର ରାହା

ଜୀବନ ଠୁଁ ବହୁ ପରିବ୍ୟାପ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract