ଅପେକ୍ଷାରେ ଅପେକ୍ଷାରେ
ଅପେକ୍ଷାରେ ଅପେକ୍ଷାରେ
ଅପେକ୍ଷା ଅପେକ୍ଷାରେ ରହିଗଲା
ତୁମ ଦରଶନ ହେ କାଳିଆ
ଆଗ ବରଷ ପରି
ଏ ବରଷ ବି ଦେଲ ଠକେଇ ପୁଣି
ଆସିଲ ନାହିଁ ରଥରେ ତୁମେ
ଦରଶନ ନ ପାଇ ତୁମର ଯେ
ଭକ୍ତ ତୁମର ହୋଇଲେ ନିରାଶ
ଅପେକ୍ଷା ଅପେକ୍ଷାରେ ରହିଗଲା
ତୁମ ଦରଶନ ହେ କାଳିଆ
ଆଗ ବରଷ ପରି
ଏ ବରଷ ବି ଦେଲ ଠକେଇ ପୁଣି
ଆସିଲ ନାହିଁ ରଥରେ ତୁମେ
ଦରଶନ ନ ପାଇ ତୁମର ଯେ
ଭକ୍ତ ତୁମର ହୋଇଲେ ନିରାଶ
ଆଖିରୁ ବହୁଛି ଲୁହ ଭକ୍ତର।।
ଅପେକ୍ଷା ଅପେକ୍ଷାରେ ରହିଗଲା
ତୁମ ଦରଶନର ସପନ ଅଧୁରା
ନା ବାଜା ବାଜିଲା, ନା ଶଙ୍ଖ ବାଜିଲା
ପହଣ୍ଡିରୁ ବାହୁଡା ସରିଗଲା
ହେଲେ ହେ କାଳିଆ
ତୁମ ଦରଶନ କାହିଁ ମିଳିଲା
ଏ କି ତୁମର କୃପା ଆଉ କରୁଣା
ଆସିଲା ଏମିତି ମହାମାରୀ କରୋନା
ସାରା ଦୁନିଆକୁ ଗ୍ରାସ କଲା
ରଚିଲା ମୃତ୍ୟୁର ତାଣ୍ଡବଲୀଳା।।
ହେ ଭାବଗ୍ରାହୀ
କାଳିଆ ସାଆନ୍ତେ ଅଛ କେଉଁଠି
କାଇଁ ରୁଷିଛ ଭକ୍ତମାନଙ୍କୁ ଆଜି
ବଡ ଦାଣ୍ଡେ ଦରଶନ ଦେଇ
ଭକ୍ତଙ୍କ ମନକୁ ଦୃଢ କରି
କରୋନାକୁ କର ନାଶ, ହେ ଭାବଗ୍ରାହୀ।।।
ଅପେକ୍ଷା ଅପେକ୍ଷାରେ ରହିଗଲା
ତୁମ ଦରଶନର ସପନ ଅଧୁରା
ନା ବାଜା ବାଜିଲା, ନା ଶଙ୍ଖ ବାଜିଲା
ପହଣ୍ଡିରୁ ବାହୁଡା ସରିଗଲା
ହେଲେ ହେ କାଳିଆ
ତୁମ ଦରଶନ କାହିଁ ମିଳିଲା
ଏ କି ତୁମର କୃପା ଆଉ କରୁଣା
ଆସିଲା ଏମିତି ମହାମାରୀ କରୋନା
ସାରା ଦୁନିଆକୁ ଗ୍ରାସ କଲା
ରଚିଲା ମୃତ୍ୟୁର ତାଣ୍ଡବଲୀଳା।।
ହେ ଭାବଗ୍ରାହୀ
କାଳିଆ ସାଆନ୍ତେ ଅଛ କେଉଁଠି
କାଇଁ ରୁଷିଛ ଭକ୍ତମାନଙ୍କୁ ଆଜି
ବଡ ଦାଣ୍ଡେ ଦରଶନ ଦେଇ
ଭକ୍ତଙ୍କ ମନକୁ ଦୃଢ କରି
କରୋନାକୁ କର ନାଶ, ହେ ଭାବଗ୍ରାହୀ।।
