STORYMIRROR

Binata Mohanta

Abstract

4  

Binata Mohanta

Abstract

ଅପେକ୍ଷାର ପରୀକ୍ଷା

ଅପେକ୍ଷାର ପରୀକ୍ଷା

1 min
344


ଗ୍ରୀଷ୍ମ ନ ଯାଉଣୁ ବର୍ଷା ଆସିବ ବୋଲି

ମୌସୁମୀ ତୁମେ ଦେଇଥିଲେ ମୋତେ କଥା

ଦୂରୁ ହସିଦେଇ ଟିକେ ଅଟକି ଗଲ

ନ ଆସିବାକୁ ହଲାଉଛ କିମ୍ପା ମଥା ।


କ୍ଷଣିକ ଆଗମନେ ଖେଳାଇ ଦେଲ 

ପଶ୍ଚିମ ଆକାଶେ ଇନ୍ଦ୍ରଧନୁ ହସ

ସପ୍ତରଙ୍ଗର ସୁନ୍ଦର ମିଶ୍ରଣ ଦେଖି

ମନେ ଭରିଦିଅ ଖୁସିର ହରଷ ।


ଅନାଇ ରହିଛି ଖୋଲି ଦୁଆର ତୁମ ପାଇଁ

ଅପେକ୍ଷାରତ ଶୋଷିଲା ଚାତକ ପ୍ରାୟ

ନିଦାଘ ଜ୍ଜାଳା କଷ୍ଟ ସହିନ ପାରୁଛୁ

ଶୀଘ୍ର ଆସିବାକୁ ଧରା ବକ୍ଷେ ଅଭିପ୍ରାୟ ।


ଆସିବାର ଦେଖୁ କଳା ବଉଦମାଳା

ଆସୁ ଆସୁ କାହିଁକି ପଥ ବଦଳାଅ

ଦ୍ଵନ୍ଦରେ ପଡି ପୁଣି ଫେରି ଯାଅ ତୁମେ

କେତେ ଅପେକ୍ଷାର ପରୀକ୍ଷା ନିଅ ।


ସଭିଙ୍କ ଗୁହାରୀ ରଖି ଯଦି ଆସିବ

ଶୁଷ୍କ ଧରାରେ ପୁଣି ଖେଳିବ ସବୁଜିମା

ତୁମ ଅମୃତ ସ୍ପର୍ଶ ପାଇଲା ମାତ୍ରେ

ଫେରି ପାଇବ ପ୍ରକୃତି ତାହାର ସୁଷମା ।


Rate this content
Log in

Similar oriya poem from Abstract