STORYMIRROR

Lata Behera

Abstract

4  

Lata Behera

Abstract

ଅପେକ୍ଷା

ଅପେକ୍ଷା

1 min
336


ଅପେକ୍ଷା ଏମିତି ଗୋଟାଏ ତ ଶବ୍ଦ 

   ତାକୁ ଭୁଲି ଥାଏ କିଏ

କହି କି ପାରିବ ବିନା ଅପେକ୍ଷାରେ 

   ଏମିତି ରହିଛି କିଏ ।


ଯାହାକୁ ଯେଉଁଠି ସାକ୍ଷାତ୍ ଯେ କରେ 

    ଅପେକ୍ଷାରତ ସେ ଥାଏ

ବାରମ୍ବାର ଖାଲି ଘଣ୍ଟା ଦେଖୁ ଥାଏ

    ବ୍ୟସ୍ତ ବି ବହୁତ ହୁଏ ।


ଅପେକ୍ଷାର ଫଳ ବହୁତ ତ ମିଠା

    ଏ କଥା କହନ୍ତି ସବୁ

ହେଲେ ସହିବାର ଶକ୍ତି ଯାର ଥାଏ 

   ପାଏ ସେ ମିଠା ଫଳକୁ ।


କେଶକୁ ନ ବାନ୍ଧି ପତ୍ନୀ ଯାଜ୍ଞସେନୀ 

    ଅପେକ୍ଷା କରିଣ ଥିଲେ 

ସତ୍ୟ ଧର୍ମ ପଥେ ରହିଣ ପାଣ୍ଡବେ

    ଶେଷେ ବିଜୟ ହୋଇଲେ ।


ଦୁଃଶାସନ ବାହୁ କରି ଉତ୍ପାଟନ

     ଭୀମ କେଶ ପଖାଳିଲେ 

ଅପେକ୍ଷାଟି ତାଙ୍କ ଅନ୍ତ ଘଟି ଥିଲା

    ରାଜ୍ୟକୁ ଫେରି ପାଇଲେ ।


ବର୍ଷ ସାରା ପିଲା ପାଠ ପଢୁଥାଏ

    ଫଳକୁ ଅପେକ୍ଷା କରେ 

ପରୀକ୍ଷାର ଫଳ କେତେ ମିଠା ଖଟା 

    ସେତେବେଳେ ଜାଣି ପାରେ ।


ଯିଏ ଯେଉଁ ଆଡେ ଯାଉ ନା କାହିଁକି 

      ଫେରିବା ଅପେକ୍ଷା କରେ

ଲେଉଟାଣି ବେଳ ହେଇଯାଏ ଯେବେ

     ମନଟି ଘରକୁ ଧରେ ।


ବସାରେ ଛୁଆକୁ ଛାଡି ଦେଇ ମାଆ

    ଖାଦ୍ୟ ଅନ୍ବେଷଣେ ଯାଏ

ମାଆର ଫେରିବା ବାଟକୁ ଅପେକ୍ଷା 

    ଛୁଆ କରି ରହିଥାଏ ।


ପରିବାର ପୋଷିବାର ପାଇଁ ପିତା

    ଚାଲି ଯାନ୍ତି ଦୂର ଦେଶେ 

ପିତାଙ୍କୁ ଅପେକ୍ଷା କରିନ୍ତି ସମସ୍ତେ

   ଥାଆନ୍ତି ମନ ଉଲ୍ଲାସେ ।


ଜୀବନ ସଂଘର୍ଷେ ଏଇତ ମଣିଷ 

   ଅପେକ୍ଷା କରିଣ ରହେ 

କେତେବେଳେ ସିଏ ଖୁସିକୁ ମନାଏ 

   କେତେବେଳେ ଭିଜେ ଲୁହେ ।


ଦୁଃଖ ପରେ ସୁଖ ଏଇତ ଜୀବନେ

   ଏମିତି ଆସୁଣ ଥାଏ 

ଜୀବନର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ 

     ଅପେକ୍ଷା କରି ସେ ଥାଏ ।


ଜନମ ହୋଇଲେ ମରଣ ବି ଥାଏ 

    ନା ସେ ଅପେକ୍ଷା କରେ 

କାଳ ଯେବେ ଗ୍ରାସ କରିବାକୁ ଆସେ

    ଅପେକ୍ଷାଟା ବୃଥା ହୁଏ ।


ଅପେକ୍ଷାର ଦ୍ବାହି ଦେଇ ଏ ମଣିଷ 

    ସମୟ ନଷ୍ଟ କରନା 

ପାପ ପୁଣ୍ୟ ଧର୍ମ ଅଧର୍ମକୁ ଚିନ୍ତି 

   କର୍ମକୁ କେବେ ଛାଡନା ।


ଅପେକ୍ଷା ଏମିତି ଗୋଟିଏ ତ ଶବ୍ଦ 

    ରହିଲେ ସେ ରହି ଥିବ 

ଅପେକ୍ଷାର ଆଳେ କର୍ମକୁ ଛାଡନା

     ଚିର ସାଥି ହେଇ ଯିବ ।


Rate this content
Log in

Similar oriya poem from Abstract