STORYMIRROR

indira Satpathy padhi

Abstract

2  

indira Satpathy padhi

Abstract

ଅନୁତାପ

ଅନୁତାପ

1 min
147

ଜୀବନ ବାଟେ କ୍ଲାନ୍ତ ବାଟଇ ମୁଁ

ହରେଇ ହାରିଲି ସର୍ବହରା ହେଲି,

କିଛି ମୁହୂର୍ତ୍ତ ର ସ୍ମୃତି ସାଉଁଟି

ଛଳନା ଛାଇରେ ଛପର ଗଢ଼ିଲି

ତଥାପି, ଅହଙ୍କାର ଅନଳେ

ଜାଳୁଛି ଜଳୁଛି ହରାଇ ଅସ୍ତିତ୍ବ.


ପ୍ରେମ ପାରାବାରେ ଭିଜି ଭିଜେଇଲି

ଭବିଷ୍ୟତ କୁ ସ୍ବପ୍ନ ରେ ସଜାଇଲି,

ଅପୂର୍ବ ଆହ୍ଲାଦ ର ଅମୃତ ପାଇଁ

ନିଡ଼ ରଚିବାକୁ ନିଷ୍ପତି ନେଲି

କିନ୍ତୁ, ଭୟରେ ଭଙ୍ଗା ଆଜି

ମୋ ଭାବନାର ସଜ୍ଜିତ ଭୂବନ


ପବିତ୍ର ପ୍ରେମରେ ଉତ୍ସର୍ଗିତ ମନ

ମମତା ମୋହରେ ମଜ୍ଜି ଯାଇଥିଲା ,

ତା ଉଦ୍ୟାନର ଗୋଲାପକୁ 

ମାଳୀ ଟି ପରି ଯତ୍ନେ ସାଇତି ଥିଲା

ତଥାପି, ନିଜ ହାତେ ହତ୍ୟା କରି

ଚିରଦିନ ପାଇଁ ମଉଳାଇ ଦେଲା


ବିଚରା ବିବେକ ହୁତୁ ହୁତୁ ହୋଇ

ଜଳିଥିଲା ସାମଜିକ ବହ୍ନିରେ,

ନିନ୍ଦା ଅପବାଦ ଆଶଙ୍କା ଦେଖି

ନିଜେ ନିଜକୁ ବଦଳେଇ ଦେଲା

ଆଜି, ସେ ହତାଶ ହୃଦୟ ଟି

ବିରହ ରେ ପୁଣି ନିରବରେ,

ଓଠ ମୁଦି କାନ୍ଦେ ଚାରି କାନ୍ଥ ମଧ୍ୟେ

ଅନୁତାପ ଅଶ୍ରୁ ଝରାଇ

ଅନୁତାପ ଅଶ୍ରୁ ଝରାଇ

                    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract