Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Romance Tragedy

5.0  

Sahadev Behera

Romance Tragedy

ଅନୁତାପ

ଅନୁତାପ

1 min
370


    

ମୁଁ ଆଜି ଜଳୁଛି  ବିରହ ଜ୍ବାଳାରେ

      ଜଳି ଜଳି ହୁଏ ଶେଷ

ଭଲ ପାଇଥିଲି ଜୀବନ ଦେଇ ମୁଁ

       ହାରିଛି ଆଜି ବିଶ୍ଵାସ ll 1

ଟୋପାଏ ସିନ୍ଦୂର  ମାଗିଥିଲି ବୋଲି

        ମୁହଁକୁ ବୁଲାଇ ନେଲ

 ଭଲପାଇବାର    ବିଶ୍ବାସରେ ତମେ

        ବିଷ ମଞ୍ଜି ଭରିଦେଲ ll 2

 ତନୁମନ ମୋର    ସମର୍ପି ତମକୁ

          ହୃଦେ ପୂଜୁଥିଲି ନିତି

 ଭଲପାଇବାର ମନ ମନ୍ଦିରରେ

         ଜଳାଇ ପ୍ରେମର ବତୀ ll 3

 ମୋ ଆଶା ଭରସା ଧୂଳି ହୋଇଗଲା

      ଯେବେ ତମେ ଗଲ ଭୁଲି

 ମୁଁ ଆଜି ମୋ ନିଜ ଶବକୁ କାନ୍ଧେଇ

       ମଶାଣିକୁ ଯାଏ ଚାଲି ll 4

 ଓଠରେ ଚେନାଏ ହସ ବଦଳରେ

          ଆଖିରେ ଭରିଲ ଲୁହ

 ଅନୁତାପ ବହ୍ନି ଜଳାଇ ମାରୁଛି

          ମନେ ଭରି ତାତି କୋହ ll 5

 


Rate this content
Log in

Similar oriya poem from Romance