STORYMIRROR

SARATA KUMAR DAS

Inspirational

4  

SARATA KUMAR DAS

Inspirational

ଅନୁତାପ

ଅନୁତାପ

1 min
315


ଭୁଲ କରିବାଟା ହୁଏତ

ହୋଇପାରେ ସ୍ବାଭାବିକ 

ଅବା ଗତାନୁଗତିକ ,

କେତେବେଳେ ଜାଣତରେ

ଅବା କେତେବେଳେ ଅଜାଣତରେ

କେତେବେଳେ ଲକ୍ଷ୍ୟରେ 

ଆଉ କେତେବେଳେ ଅଲକ୍ଷ୍ୟରେ ।

ମାତ୍ର ଅନୁତାପ ସ୍ବର୍ଗୀୟ ।

ଚିରାଚରିତ ନ ହେଲେ ବି

ନିହାତି ସ୍ବତନ୍ତ୍ର ଆଉ

ହୋଇପାରେ ବିବେକାନୁମୋଦିତ ମଧ୍ୟ ।


ଅନୁତାପ ଜାଳିପାରେ 

ଜଳାଇବି ପାରେ ନିର୍ଜନ ଦ୍ବୀପରେ, 

ଅନୁତାପ ଭାଙ୍ଗିପାରେ

ଦମ୍ଭର ସଶକ୍ତ ପ୍ରଚୀର,

ଅନୁତାପ ବି ଭାସିପାରେ

ବୁନ୍ଦା ବୁନ୍ଦା ଲୁହର ଢେଉରେ,

କେଉଁଠି ନା କେଉଁଠି

କେତେବେଳେ ରୂପାନ୍ତରିତ ବି 

ହୋଇପାରେ ମହନୀୟ କ୍ଷମାରେ ।


ଅନୁତାପର ସ୍ଵର୍ଗୀୟ ଅଭାରେ

ବାଟ ମିଳେ ଅନ୍ଧାରରେ ,

ପଥରରେ ଫୁଟିଫାରେ ଫୁଲ,

ପୁନର୍ଜନ୍ମ ହୋଇପାରେ ଅହଲ୍ଯାର

ଶାପମୁକ୍ତ ହୋଇପାରେ ପୁନଶ୍ଚ ।


ଅନୁତାପର ନିଆଁ ଏତେ ପ୍ରଖର ଯେ

ପୋଡି ଦେଇପାରେ ହାତ ମୁଠାକୁ

ଶୀତଳ ବି କରିପାରେ

ବରଫର ଖଣ୍ଡ ଭଳି ଅନାୟସରେ ।


ଅନୁତାପର ଅଶ୍ରୁରେ

ଧୋଇ ହୋଇଯାଏ ପାପ ତାପ,

ନିଷିଦ୍ଧ ଫରୁଆରେ ସାଇତି ରଖିଥିବା

ଯେତେ ଅବାଂଛିତ ଓ ଅବିବେକୀ

ଅଦୂରଦର୍ଶୀ ଚିନ୍ତା ଓ ଚେତନା ।


ସତରେ ଅନୁତାପ ଏକ ଢଳ ଢଳ

ଶୀତଳ ଗଙ୍ଗାର ଜଢଳଢଳ ଜଳ

ଥରେ ଛୁଇଁ ଦେଲେ

ମହମହ ବାସୁଥାଏ ଜୀବନ 

ନାଚୁଥାଏ ଗାଉଥାଏ ମଧୁର ଛନ୍ଦରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational