STORYMIRROR

Amita Rath

Classics

2  

Amita Rath

Classics

ଅନୁତାପ

ଅନୁତାପ

1 min
93


ଇଏ ଏପରି ଏକ ନିଆଁ

ସବୁ ଭୁଲ୍ କୁ ଯିଏ ଜାଳି ପୋଡ଼ି ଛାରଖାର କରିଦିଏ।

ନିଦା ଭୁଲକୁ କିନ୍ତୁ,

ଉଖାରି ନିଖାରି ପରିଶୁଦ୍ଧ କରେ,

ଝଲସାଇ ଦିଏ ଶୁଦ୍ଧ ସୁବର୍ଣ୍ଣ ପରି।।

ଇଏ ଏପରି ଏକ ନଈ

ଯହିଁ ରେ କୁଟା ଖିଅ ପରି ଭାସିଯାଏ ସମସ୍ତ ଦୋଷ ଓ ତୃଟି।

ଏ ତ ପୂଣ୍ୟ ତୋୟା ଯହିଁ ରେ ବୁଡ଼ ପକାଇ

ଦୋଷୀ ପାଲଟି ଯାଏ ନିର୍ଦ୍ଦୋଷ।

ଅନୁତାପ ର ଗଙ୍ଗାସ୍ନାନ ପରେ

ଶୁଦ୍ଧ ହୃଦୟରେ ତାର

ଉଠି ଆସେ ମାନବୀୟତା ର ଉଦୀୟମାନ ସୂର୍ଯ୍ୟ........।


Rate this content
Log in

Similar oriya poem from Classics