STORYMIRROR

Nirupama Bhattamishra

Abstract

2  

Nirupama Bhattamishra

Abstract

ଅନୁରାଗ

ଅନୁରାଗ

1 min
176

ଆଶ୍ୱାସନା ର ସେହି  

ଗୋଟିଏ କ୍ଷଣ କୁ 

ପ୍ରତୀକ୍ଷା 

ମୋର କେଉଁ ଅନାଦି କାଳରୁ 

ନଦୀ ହୋଇ ବହୁଛି 

ପବନରେ ଦୋଳାୟମାନ 

ମୋର ଅସ୍ତିତ୍ୱ 

ଫୁଲ ହୋଇ ଫୁଟିଛି

ବାସ୍ନା ହୋଇ ମହକେଇଛି 

ତୁମ ଈହ କାଳ ପର କାଳ 

ସନ୍ତର୍ପଣ ରେ ସମର୍ପିତ ମୋର 

ସମସ୍ତ ପାରିବା ପଣ 

ହାରବାରେ ବି ମୋକ୍ଷ 

ବୁଝି ବୁଝନା ତୁମେ 

ଭାରି ନୀରୀମାଖି ମନ ମୋର 

ପ୍ରୀତିଭରା ଦୁଇପଦ କଥା 

ଆଲିଙ୍ଗନ ରେ ସମ୍ମୋହିତ ମୁଁ କାଳ କାଳ        

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract