STORYMIRROR

Sunanda Mohanty

Romance

3  

Sunanda Mohanty

Romance

ଅନୁରାଗ ଛାଇ

ଅନୁରାଗ ଛାଇ

1 min
115


ସେଦିନ ସେ ଅସ୍ତରାଗ ବେଳା

ଜହ୍ନ ଆରପଟ ଗାଁ ଥିଲା ନିରୋଳା

ଜହ୍ନ ପରେ ଯା'ର ଛାଇଥିଲା

ଆଜି ସେ ସ୍ୱତନ୍ତ୍ର ଶିଖି ଯାଇଛି ଶୃଙ୍ଖଳା

ମନେ ନାହିଁ ଆଜି ତା ନାଆଁ ଗାଁ ଠିକଣା

ହେଲେ ମୁଁ ଜାଣିଛି ଏକାନ୍ତ ସେ ପ୍ରିୟବାଳା

କେହି କେହି କୁହେ ଜହ୍ନର ପ୍ରେମିକା

ଜାଣିନଥିଲା ଚଉଷଠି ପ୍ରେମକଳା

ଝରକା ଫାଙ୍କରେ ଜହ୍ନ ଦେଖି ବୁଡେ ଭେଳା

ସେ ତ ଏକାନ୍ତ ସ୍ୱତନ୍ତ୍ର ଗଢା କୌଶଳ କଳା

କେତେ ଋତୁ ବିତି ବରଷ ବରଷ ରଥପରେ

ଅବଳା ଦୁର୍ବଳା ଚଞ୍ଚଳା ଦେଖେ ଚକାଡୋଳା

କରଇ ଗୁହାରି ଛଡାଇ ଦିଅ ହେ ଜହ୍ନରୁ କଳଙ୍କ କଳା

ହସନ୍ତି ଚକ୍ରଧର ମତେ ରକ୍ଷାକର

ଚିଠି ଲେଖି ଗୋପବାଳା

ଲକ୍ଷ୍ମୀଙ୍କ ହାତରେ ଚିଠିଟି ପଡିଲା

ହେରାପଞ୍ଚମୀରେ ଭାଙ୍ଗିଦେଲା ରଥଖଳା

ମୋ ପାଶେ ଗୁହାରି କରିଅଛୁ ଯେବେ

ଛାଡ଼ିବାକୁ ତୋର କଳା ଜହ୍ନ ଆରପାଖ

ଗାଁକୁ ଫେରି ପଳା ନହେଲେ ବୁଡିବ ଦୁହିଁଙ୍କ ଭେଳା



Rate this content
Log in

Similar oriya poem from Romance