STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ଅନୁଚିନ୍ତା

ଅନୁଚିନ୍ତା

1 min
208

ନିଜ କର୍ମ ଦୋଷେ ନିଜ କର୍ମଫଳ

କି କରିପାରିବ ଅନ୍ୟଥା

ଅଳ୍ପ ବିଦ୍ୟା ବଳେ ଅନ୍ୟକୁ ଭାବନ୍ତି ଦୁର୍ବଳ

ମୁଖା ଗଲେ ଖୋଲି 

ମଝି ସଭାରେ ହୁଅନ୍ତି ହଟହଟା।


ଭଲପାଆନ୍ତି ସମସ୍ତେ ଏଠି

ଅନ୍ୟକୁ ଆଇନା ଦେଖାଇବାକୁ

କିଂକର୍ତ୍ତବ୍ୟମୂଢ଼ ସାଜନ୍ତି 

ସମୟ ଯେବେ ଆସେ ନିଜ ବେଳକୁ।


ସମାଲୋଚନା ନୁହେଁ

ସମାଜର ପ୍ରକୃତ ଚିତ୍ର ଇଏ

ନୀରବଦ୍ରଷ୍ଟା ସାଜି ଜ୍ଞାନୀଏ ରହନ୍ତି

ସମାଜ ଯେବେ ବିପଥଗାମୀ ହୁଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract