ଅନୁଚିନ୍ତା
ଅନୁଚିନ୍ତା
ନିଜ କର୍ମ ଦୋଷେ ନିଜ କର୍ମଫଳ
କି କରିପାରିବ ଅନ୍ୟଥା
ଅଳ୍ପ ବିଦ୍ୟା ବଳେ ଅନ୍ୟକୁ ଭାବନ୍ତି ଦୁର୍ବଳ
ମୁଖା ଗଲେ ଖୋଲି
ମଝି ସଭାରେ ହୁଅନ୍ତି ହଟହଟା।
ଭଲପାଆନ୍ତି ସମସ୍ତେ ଏଠି
ଅନ୍ୟକୁ ଆଇନା ଦେଖାଇବାକୁ
କିଂକର୍ତ୍ତବ୍ୟମୂଢ଼ ସାଜନ୍ତି
ସମୟ ଯେବେ ଆସେ ନିଜ ବେଳକୁ।
ସମାଲୋଚନା ନୁହେଁ
ସମାଜର ପ୍ରକୃତ ଚିତ୍ର ଇଏ
ନୀରବଦ୍ରଷ୍ଟା ସାଜି ଜ୍ଞାନୀଏ ରହନ୍ତି
ସମାଜ ଯେବେ ବିପଥଗାମୀ ହୁଏ।