STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଅନ୍ତର୍ଯ୍ୟାମୀ

ଅନ୍ତର୍ଯ୍ୟାମୀ

1 min
17


ଜୀଵନ ଆଜି ହୁତୁହୁତୁ ହତାସର ବିଦୀର୍ଣ୍ଣ ଭଗ୍ନାସ 

କେତେ ଅବା ଦ୍ରାଘିମା ଅକ୍ଷାଂଶ 

ସୁଖର ମୃଗତୃଷ୍ନା ଯେଉଁଠି ଖୋଜେ ମୁଠାଏ ପାଉଁଶ 

କେମିତି ପହଞ୍ଚିବ କେହି ପାର୍ଥ ତୁମେ ଅପହଞ୍ଚ 

ଦୂରତା ଶୀଳତା ଶାଳୀନତାରେ ଗ୍ରାସିଛି ଶୋଷ 

ଅଂହକାର ଆକାଶ ଛୁଆଁ 

କଥାରେ ନାହିଁ ସତ୍ୟତା ଧୂଳି ଧୂଆଁ 

ଏକ ସୁନ୍ଦର ପୃଥିବୀକୁ ଆବୋରିଛି ଛୁଆଁ 

ସୀମାହୀନ ଦିଗନ୍ତରେ କଳାବାଦଲର ଛାୟା 

କିଏ କଲା ଏତେସବୁ ଜାୟା ସାଥେ ଭରି ମୋହ ମାୟା 

ହଜିଗଲକି କୃଷ୍ଣ ରୂପେ ଜାଜ୍ଞସେନୀ ପାଖରେ 

ଅବା ସେ ଶବରୀ ଅଇଁଠା କୋଳିରେ 

ମେନକା ଛାଡି ଯାଇଥିବା ଶିଶୁକନ୍ୟାର

ଉତ୍ତରତ୍ତର ଦାଇତ୍ୱ ବିଶ୍ଵାମିତ୍ରଙ୍କ ସାଥିରେ 

ସର୍ଜ୍ଜନାରେ ଜ୍ୱଳନ 

ପ୍ରେମରେ ଛଳନା ଲେପନ 

ବିଭୁ ବନ୍ଦନାରେ ନାହିଁ କସ୍ତୁରୀ ଚନ୍ଦନ 

ଫେରିଗଲକି ପ୍ରଭୂ ରାମ ହୋଇ 

ମାତା କୈକେଇଙ୍କ ପାଖକୁ 

ଯିଏ ତୁମକୁ ଭଲପାଇ 

ତାଙ୍କ ନାମ କେହି ନଦେଲେ ନଦିଅନ୍ତୁ ପରପିଢୀକୁ 

ଅପଯଶ ପାଇଲେ ପାଆନ୍ତୁ 

ବୈଧବ୍ୟ ଭୋଗିଲେ ଭୋଗନ୍ତୁ 

ରାମ ମନ ରଖି ଯାହା ମାଗିଲେ ଦେବେ କହିଥିବା ମାଆ 

ସତ୍ୟ ଶୁଣିଲା ପରେ ହରାଇଲା ରାହା 

କେହି କହିବାକୁ ନାହିଁ ଆହା 

ସେଇଠି ଅଟକି ଯାଅନା ପ୍ରଭୁ 

ବିଶ୍ୱ ଡାକେ ଖୋଜେ ତୁମ ଅନନ୍ତବ୍ୟାପୀ ଦିଗନ୍ତକୁ 

ଅନ୍ତରୀକ୍ଷର ଅନ୍ତ ଭେଦି ଭକ୍ତ ଡାକେ ରଖ ଦୀନବନ୍ଧୁ ।।


Rate this content
Log in

Similar oriya poem from Classics