ଅନ୍ତର୍ଯ୍ୟାମୀ
ଅନ୍ତର୍ଯ୍ୟାମୀ
ଜୀଵନ ଆଜି ହୁତୁହୁତୁ ହତାସର ବିଦୀର୍ଣ୍ଣ ଭଗ୍ନାସ
କେତେ ଅବା ଦ୍ରାଘିମା ଅକ୍ଷାଂଶ
ସୁଖର ମୃଗତୃଷ୍ନା ଯେଉଁଠି ଖୋଜେ ମୁଠାଏ ପାଉଁଶ
କେମିତି ପହଞ୍ଚିବ କେହି ପାର୍ଥ ତୁମେ ଅପହଞ୍ଚ
ଦୂରତା ଶୀଳତା ଶାଳୀନତାରେ ଗ୍ରାସିଛି ଶୋଷ
ଅଂହକାର ଆକାଶ ଛୁଆଁ
କଥାରେ ନାହିଁ ସତ୍ୟତା ଧୂଳି ଧୂଆଁ
ଏକ ସୁନ୍ଦର ପୃଥିବୀକୁ ଆବୋରିଛି ଛୁଆଁ
ସୀମାହୀନ ଦିଗନ୍ତରେ କଳାବାଦଲର ଛାୟା
କିଏ କଲା ଏତେସବୁ ଜାୟା ସାଥେ ଭରି ମୋହ ମାୟା
ହଜିଗଲକି କୃଷ୍ଣ ରୂପେ ଜାଜ୍ଞସେନୀ ପାଖରେ
ଅବା ସେ ଶବରୀ ଅଇଁଠା କୋଳିରେ
ମେନକା ଛାଡି ଯାଇଥିବା ଶିଶୁକନ୍ୟାର
ଉତ୍ତରତ୍ତର ଦାଇତ୍ୱ ବିଶ୍ଵାମିତ୍ରଙ୍କ ସାଥିରେ
ସର୍ଜ୍ଜନାରେ ଜ୍ୱଳନ
ପ୍ରେମରେ ଛଳନା ଲେପନ
ବିଭୁ ବନ୍ଦନାରେ ନାହିଁ କସ୍ତୁରୀ ଚନ୍ଦନ
ଫେରିଗଲକି ପ୍ରଭୂ ରାମ ହୋଇ
ମାତା କୈକେଇଙ୍କ ପାଖକୁ
ଯିଏ ତୁମକୁ ଭଲପାଇ
ତାଙ୍କ ନାମ କେହି ନଦେଲେ ନଦିଅନ୍ତୁ ପରପିଢୀକୁ
ଅପଯଶ ପାଇଲେ ପାଆନ୍ତୁ
ବୈଧବ୍ୟ ଭୋଗିଲେ ଭୋଗନ୍ତୁ
ରାମ ମନ ରଖି ଯାହା ମାଗିଲେ ଦେବେ କହିଥିବା ମାଆ
ସତ୍ୟ ଶୁଣିଲା ପରେ ହରାଇଲା ରାହା
କେହି କହିବାକୁ ନାହିଁ ଆହା
ସେଇଠି ଅଟକି ଯାଅନା ପ୍ରଭୁ
ବିଶ୍ୱ ଡାକେ ଖୋଜେ ତୁମ ଅନନ୍ତବ୍ୟାପୀ ଦିଗନ୍ତକୁ
ଅନ୍ତରୀକ୍ଷର ଅନ୍ତ ଭେଦି ଭକ୍ତ ଡାକେ ରଖ ଦୀନବନ୍ଧୁ ।।
