ଅନ୍ତର ଅନ୍ତରୀପେ ତୁମରି ଛବି
ଅନ୍ତର ଅନ୍ତରୀପେ ତୁମରି ଛବି
କାହିଁକି ମଉନ ପ୍ରିୟା କହୁ ନାହଁ କଥା
ତୁମ ନିିିରବତା ପାଇଁ ମନେ ଲାଗେ ବ୍ୟଥା ।
ଅନେକ ଦିବସ ହେଲା ରହିଛି ବିଚ୍ଛେଦେ
କେମିିିତି କା ଚୁପି ରହି ନକହୁୁଛ ପଦେ ।
କହିିିଥିଲି କର୍ତ୍ତବ୍ୟର ଦାସତ୍ୱରେ ବନ୍ଧା
କରୋନା ଚକ୍ରାନ୍ତେ ମୋର ବେନି ପାଦ ଛନ୍ଦା ।
ତଥାପି ଭୁଲିନି ତୁମେ, ରହିଛି ମୋ ଆସ୍ଥା
ନୀଳ ନୀଳମ୍ବୁ କୋଳରୁ ଦେଖେ ତୁମ ରାସ୍ତା ।
ଅନ୍ତରୀପେ ଅନ୍ତଃପୁୁର କରିଛି ନିର୍ମାଣ
ସେ ଅଟ୍ଟାଳିକା କାନ୍ଥେ ଭରା ତୁୁମ ପ୍ରେମ ଦାନ ।
ପାଦ ଦେଶ ହୃଦୟର ଚଟାଣକୁ ଧରି
ଲକ୍ଷେ ପଦ୍ମ ଫୁୁୁଟୁ ଥାଏ ତୁୁମ ସ୍ମୃତି ପାରି ।
ଭାବନା ଲେପିତ ହୋଇ ସଜ୍ଜିତ କଠୋରୀ
ପ୍ରୀତି ନୀଳମଣି ଦେଇ ଟାଙ୍ଗିଛି ଝାଲେରି ।
ଲାଳିତ୍ୟ ସୌନ୍ଦର୍ଯ୍ୟ ବେଶ ବେନି ଜନଙ୍କର
ଗୃହେ ଖେଳୁଛନ୍ତି ଯେହ୍ନେ ରାଧା ଦାମୋଦର ।
ଅଗାଧ ଜଳ ରାଶିରେ ଚତୁଃପାଶ ଘେରା
ଦିଗବଳୟ ତୋରଣଟି ବାଢିଛି ପସରା ।
ନିକାଞ୍ଚନ ଦ୍ଵୀପେ ଆଜି ତୁମ ସ୍ୱପ୍ନ ଦେଖେ
ତୁମ ସୂର୍ଯ୍ୟ ମୁଖ ଭାବି ରହିଛି ମୁଁ ସୁୁୁଖେ ।
ଚନ୍ଦ୍ରାଲୋକ ଖେଳେ ଯେବେ ଦରିିଆ ବୁକୁରେ
ଅନୁରାଗେ ତୁୁମ ପ୍ରୀତି ସାଉଁଟି ମୁଁ ଧରେ ।
ବିଚ୍ଛେଦ ବିରହ ମୋତେ ଦିଏ ଯେତେ କ୍ଳେଶ
ତୁମ କଥା ଚିନ୍ତା କରି ସବୁ ହୁଏ ନାଶ ।
ପ୍ରେମ ନୁହେଁ ଉଚ୍ଛିଷ୍ଟ କି ପ୍ରେମ ନୁହେଁ ତିକ୍ତ
କେବେ ସିଏ ପରିଷ୍କୃତ କେବେ ସେ ଅବ୍ୟକ୍ତ ।
ବିରହ ଜାଳାକୁ ଯିଏ କରି ଯାଏ ପାନ
ସେପରି ପ୍ରେମୀ ଯୁଗଳ ସଂସାରରେ ଧନ୍ୟ ।