STORYMIRROR

Sarojini Mishra

Classics

4  

Sarojini Mishra

Classics

ଅନ୍ତର ଆତ୍ମାରେ ତୁମେ ଜଗନ୍ନାଥ

ଅନ୍ତର ଆତ୍ମାରେ ତୁମେ ଜଗନ୍ନାଥ

2 mins
322


ଶରୀର ଶୀଳାର ମନ ମନ୍ଦିରରେ

ଅନ୍ତଃ ଚେତନାର ପୀଠ

ସେ ପୀଠରେ ବିଜେ ପ୍ରଭୁ ଜଗନ୍ନାଥ

ତୁମେ ଅଟ ସର୍ବଶ୍ରେଷ୍ଠ ।

ଆତ୍ମା ଉପସ୍ଥିତି ଶରୀରର ସ୍ଥିତି

ଆତ୍ମା ବିନା ସବୁ ଶୂନ୍ୟ

ପରମାତ୍ମା ତୁମେ ମୋ ଆତ୍ମା ରେ ସ୍ଥିତ

ତୁମ ପାଇଁ ମୁଁ ଯେ ଧନ୍ୟ ।

ମୋ ଅନ୍ତର ପ୍ରତି ସ୍ପନ୍ଦନ ରେ ତୁମେ

ତୁମ ବିନା ମୁଁ ନିମିତ୍ତ

ଅନ୍ତର ଆତ୍ମାରେ ତୁମେ ବିରାଜିତ

ଆହେ ପ୍ରଭୁ ଜଗନ୍ନାଥ ।

ଭାବ ଭକତିର ଅନ୍ତଃ ଦୃଷ୍ଟି ଦେଇ

ଦେଖିଲେ ତୁମକୁ ମିଳେ

ହିଂସା, ଅହମିକା,ଲୋଭ ମୋହ ମଧ୍ୟେ

ତୁମେ ଲୁଚି ଯାଅ ହେଳେ ।

ମନ୍ଦିରେ ତୁମକୁ ଦେଖି ବାକୁ ଯାଏ

ଅନ୍ତରେ ତୁମରି ବାସ

ସୃଷ୍ଟି ସମ୍ଭାରରେ ତୁମରି ପରଶ

ଶୋଭା ସମ୍ଭାରେ ବିରାଜ ।

ଅନ୍ତର ଆତ୍ମାରେ ତୁମେ ବିରାଜିତ

ପ୍ରତି ପ୍ରାଣେ ବିରାଜିତ

ସୃଷ୍ଟିରେ ସ୍ଥିତି ରେ ପ୍ରତି ଟି ଲଗ୍ନରେ

ତୁମ ସ୍ଥିତି ଅଟେ ସତ୍ୟ ।

ଅନ୍ତର ଆତ୍ମାରେ ତୁମେ ଜଗନ୍ନାଥ

ପ୍ରେମ ପବିତ୍ରତା ନେଇ

ବିବେକକୁ ସଙ୍ଗେ ଧରି ରଖି ଅଛ

ଶରୀର ସାରଥୀ ପାଇଁ ।

ଅନ୍ତର ଆତ୍ମାରେ ତୁମେ ବିରାଜିତ

ବିବେକ କୁ ବାର୍ତ୍ତା ଦିଅ

ବିବେକ ସାରଥୀ ହୋଇଯାଏ ଯାର

ତାହାର ହୁଏ ବିଜୟ ।

ଏ ଅନ୍ତର ପରା ଜଗନ୍ନାଥ ମୟ

ସୃଷ୍ଟି ଜଗନ୍ନାଥ ମୟ

ଶୁଭ ସକାଳର ସ୍ନାତ କିରଣରେ

ତୁମେ ଥାଅ ଦୟାମୟ ।

ଅନ୍ତର ମୋହର ଜଗନ୍ନାଥ ମୟ

ମାଟିରୁ ଆକାଶେ ଦେଖେ

ଫୁଲ ର ବାସ୍ନାରେ ଶିଶୁର ହସରେ

ତୁମ ଅନୁଭବ ପାଏ ।

ଅନ୍ତର ଆତ୍ମାରେ ତୁମେ ବିଦ୍ୟମାନ

ସୁଖେ-ଦୁଃଖେ ତୁମେ ସ୍ଥିତ

ତୁମ ଅନୁଭବ ଏଇ ଜୀବନରେ

ଦେଖାଏ ଉତ୍ତମ ପଥ ।

ଆତ୍ମା ବିନା ପ୍ରଭୁ ଏ ଶରୀର ଘୃଣ୍ୟ

ଆତ୍ମା ସ୍ଥିତ ଅନ୍ତରରେ

ସେ ଆତ୍ମାରେ ତୁମେ ବିରାଜୁ ଥାଅ ହେ

ସୁକର୍ମ ହେଉ ଶରୀରେ ।

ଜୀବନ ଜାତକ ତୁମଠୁ ଆରମ୍ଭ

ଶେଷ ହୁଏ ତୁମ ନାମେ

ଅନ୍ତରେ ରହି ଅନ୍ତର ନିର୍ମଳେ

ସହାୟ ହୁଅ ଠାକୁରେ ।

ଅନ୍ତର ଆତ୍ମାରେ ବିରାଜିତ ତୁମେ

ମନ ନିରିମଳ କର

ଅନ୍ତରେ ରହି ମନ୍ତର ଦିଅ ହେ

ଚିତ୍ତ କୁ ସବଳ କର ।

ମଣିଷ ଜୀବନ ସାର୍ଥକ ପାଇଁ କି

ଅନ୍ତରୁ ଇସାରା ଦିଅ

ସୃଷ୍ଟିକୁ ତୁମର ସୁଦୃଷ୍ଟି ପକାଅ

ସୃଷ୍ଟି ଦେଖି ଖୁସୀ ହୁଅ ।

ଅନ୍ତର ଆତ୍ମାରେ ରହିଛ ପ୍ରଭୁ ହେ

ସୁଚେତନା ଭରିଦିଅ

ତୁମ ଦତ୍ତ ଏଇ ଶରୀର କୁ ପ୍ରଭୁ

ସମର୍ପଣ ଦୀକ୍ଷା ଦିଅ ।

ଅନ୍ତର ଆତ୍ମାରେ ବିରାଜୁ ଥାଅ ହେ

ଜଗତ କରତା ହରି

ଆୟୁଷକୁ ମୋର ସୁକର୍ମେ ଲଗାଅ

ବଞ୍ଚେ କର୍ମ ଯୋଗୀ ପରି ।।


Rate this content
Log in

Similar oriya poem from Classics