ଅନ୍ତର ଆତ୍ମାରେ ତୁମେ ଜଗନ୍ନାଥ
ଅନ୍ତର ଆତ୍ମାରେ ତୁମେ ଜଗନ୍ନାଥ
ଶରୀର ଶୀଳାର ମନ ମନ୍ଦିରରେ
ଅନ୍ତଃ ଚେତନାର ପୀଠ
ସେ ପୀଠରେ ବିଜେ ପ୍ରଭୁ ଜଗନ୍ନାଥ
ତୁମେ ଅଟ ସର୍ବଶ୍ରେଷ୍ଠ ।
ଆତ୍ମା ଉପସ୍ଥିତି ଶରୀରର ସ୍ଥିତି
ଆତ୍ମା ବିନା ସବୁ ଶୂନ୍ୟ
ପରମାତ୍ମା ତୁମେ ମୋ ଆତ୍ମା ରେ ସ୍ଥିତ
ତୁମ ପାଇଁ ମୁଁ ଯେ ଧନ୍ୟ ।
ମୋ ଅନ୍ତର ପ୍ରତି ସ୍ପନ୍ଦନ ରେ ତୁମେ
ତୁମ ବିନା ମୁଁ ନିମିତ୍ତ
ଅନ୍ତର ଆତ୍ମାରେ ତୁମେ ବିରାଜିତ
ଆହେ ପ୍ରଭୁ ଜଗନ୍ନାଥ ।
ଭାବ ଭକତିର ଅନ୍ତଃ ଦୃଷ୍ଟି ଦେଇ
ଦେଖିଲେ ତୁମକୁ ମିଳେ
ହିଂସା, ଅହମିକା,ଲୋଭ ମୋହ ମଧ୍ୟେ
ତୁମେ ଲୁଚି ଯାଅ ହେଳେ ।
ମନ୍ଦିରେ ତୁମକୁ ଦେଖି ବାକୁ ଯାଏ
ଅନ୍ତରେ ତୁମରି ବାସ
ସୃଷ୍ଟି ସମ୍ଭାରରେ ତୁମରି ପରଶ
ଶୋଭା ସମ୍ଭାରେ ବିରାଜ ।
ଅନ୍ତର ଆତ୍ମାରେ ତୁମେ ବିରାଜିତ
ପ୍ରତି ପ୍ରାଣେ ବିରାଜିତ
ସୃଷ୍ଟିରେ ସ୍ଥିତି ରେ ପ୍ରତି ଟି ଲଗ୍ନରେ
ତୁମ ସ୍ଥିତି ଅଟେ ସତ୍ୟ ।
ଅନ୍ତର ଆତ୍ମାରେ ତୁମେ ଜଗନ୍ନାଥ
ପ୍ରେମ ପବିତ୍ରତା ନେଇ
ବିବେକକୁ ସଙ୍ଗେ ଧରି ରଖି ଅଛ
ଶରୀର ସାରଥୀ ପାଇଁ ।
ଅନ୍ତର ଆତ୍ମାରେ ତୁମେ ବିରାଜିତ
ବିବେକ କୁ ବାର୍ତ୍ତା ଦିଅ
ବିବେକ ସାରଥୀ ହୋଇଯାଏ ଯାର
ତାହାର ହୁଏ ବିଜୟ ।
ଏ ଅନ୍ତର ପରା ଜଗନ୍ନାଥ ମୟ
ସୃଷ୍ଟି ଜଗନ୍ନାଥ ମୟ
ଶୁଭ ସକାଳର ସ୍ନାତ କିରଣରେ
ତୁମେ ଥାଅ ଦୟାମୟ ।
ଅନ୍ତର ମୋହର ଜଗନ୍ନାଥ ମୟ
ମାଟିରୁ ଆକାଶେ ଦେଖେ
ଫୁଲ ର ବାସ୍ନାରେ ଶିଶୁର ହସରେ
ତୁମ ଅନୁଭବ ପାଏ ।
ଅନ୍ତର ଆତ୍ମାରେ ତୁମେ ବିଦ୍ୟମାନ
ସୁଖେ-ଦୁଃଖେ ତୁମେ ସ୍ଥିତ
ତୁମ ଅନୁଭବ ଏଇ ଜୀବନରେ
ଦେଖାଏ ଉତ୍ତମ ପଥ ।
ଆତ୍ମା ବିନା ପ୍ରଭୁ ଏ ଶରୀର ଘୃଣ୍ୟ
ଆତ୍ମା ସ୍ଥିତ ଅନ୍ତରରେ
ସେ ଆତ୍ମାରେ ତୁମେ ବିରାଜୁ ଥାଅ ହେ
ସୁକର୍ମ ହେଉ ଶରୀରେ ।
ଜୀବନ ଜାତକ ତୁମଠୁ ଆରମ୍ଭ
ଶେଷ ହୁଏ ତୁମ ନାମେ
ଅନ୍ତରେ ରହି ଅନ୍ତର ନିର୍ମଳେ
ସହାୟ ହୁଅ ଠାକୁରେ ।
ଅନ୍ତର ଆତ୍ମାରେ ବିରାଜିତ ତୁମେ
ମନ ନିରିମଳ କର
ଅନ୍ତରେ ରହି ମନ୍ତର ଦିଅ ହେ
ଚିତ୍ତ କୁ ସବଳ କର ।
ମଣିଷ ଜୀବନ ସାର୍ଥକ ପାଇଁ କି
ଅନ୍ତରୁ ଇସାରା ଦିଅ
ସୃଷ୍ଟିକୁ ତୁମର ସୁଦୃଷ୍ଟି ପକାଅ
ସୃଷ୍ଟି ଦେଖି ଖୁସୀ ହୁଅ ।
ଅନ୍ତର ଆତ୍ମାରେ ରହିଛ ପ୍ରଭୁ ହେ
ସୁଚେତନା ଭରିଦିଅ
ତୁମ ଦତ୍ତ ଏଇ ଶରୀର କୁ ପ୍ରଭୁ
ସମର୍ପଣ ଦୀକ୍ଷା ଦିଅ ।
ଅନ୍ତର ଆତ୍ମାରେ ବିରାଜୁ ଥାଅ ହେ
ଜଗତ କରତା ହରି
ଆୟୁଷକୁ ମୋର ସୁକର୍ମେ ଲଗାଅ
ବଞ୍ଚେ କର୍ମ ଯୋଗୀ ପରି ।।
