ଅନ୍ତଃସ୍ୱର
ଅନ୍ତଃସ୍ୱର
ନିରୁର୍ଦ୍ଦିଷ୍ଟ ,ନିର୍ଜନ,ପରିତ୍ୟକ୍ତ ନିଳୟେ,
କ୍ଲାନ୍ତ, ଭାରାକ୍ରାନ୍ତ, ବିକ୍ଷୁବ୍ଧ ଚିତ୍ତେ,
ଅନ୍ତରରୁ ଅନବରତ ଅନ୍ତଃସ୍ୱର ଆସେ,
କାହିଁକି ଆପଣା ଲୋକ ପର ଲାଗେ ।
କାହିଁକି ମଣିଷ ଅବୁଝା ଏତେ,
ଲାଲ-ରକତ ପାଣି ପରି ଲାଗେ,
ହିଂସା, ଦ୍ୱେଷ, ମୋହମାୟା ମଧ୍ୟେ,
ସମ୍ପର୍କ ନାମରେ କଳଙ୍କ ସିଏ ।
ହୃଦେ ଅହଂକାର ଅଙ୍ଗାର ଜଳେ,
ବୁଝେଇବା ଲୋକ ଅଛି କିଏ,
ମୋହ-ମାୟା, ଅନ୍ଧକାର ପଥ ଯେବେ,
ପୂର୍ଣ୍ଣିମା ରାତି ବି ଅନ୍ଧାର ଲାଗେ ।
ଶବ୍ଦହୀନ ମୁଁ ,ନିଃସ୍ତବ୍ଧ ରାତିରେ,
ଚାରିଆଡେ କଙ୍କାଳର ଶବ୍ଦ ଶୁଭେ,
ଅଦେଖା କ୍ଷତର ଗଭୀରତା ଭିତରେ,
ବୁକୁ ଚିରି ଅନ୍ତରାତ୍ମା କାନ୍ଦେ ।
