STORYMIRROR

padmaja pati

Abstract

4  

padmaja pati

Abstract

ଅନ୍ତହୀନ ଅଭିଯାନ

ଅନ୍ତହୀନ ଅଭିଯାନ

1 min
287



ସୀମାହୀନ, ନାମହୀନ ଜଳ ରାଶି

ପରେ ଚାଲଇ ମୋ ତରୀ

ଛୋଟ ସିନା ସେହି ଅମାପ ଶକତି

ତା' ଦେହେ ଯାଇଛି ଭରି ।

ବରଜି ଅଛି ମୁଁ ମାନବୀୟ ତୀର

ଯାହା ପଶ୍ଚାତେ ଲୁଚଇ

ଆଗରେ ଅଜ୍ଞାତ ପାତାଳ ,ମଳିନ

ଆଲୋକ ଦିଏ ଦେଖାଇ ।

ଅଦୃଶ୍ୟ ହାତଟି ସମ୍ଭାଳିଛି ମଙ୍ଗ

ବିସ୍ତାରିଛି କାୟା ରାତ୍ରି

କାରାରୁଦ୍ଧ କରେ ସାଗରଟି ମୋତେ

ମୁଁ ଅସୀମ ପଥେ ଯାତ୍ରୀ।

ନିଶ୍ଚେତନା କ୍ଷୁଧା ଗରଜେ ମୋ ଦେହେ

ସିଂହ ପ୍ରାୟ କରି ରଡି

ମହାସାଗରର ନିଦ୍ରାରେ ନିର୍ଜୀବ

ସନ୍ନ୍ୟାସୀ ପ୍ରାୟେକ ପଡି।

ଖୋଜୁଥିଲି ଯେଉଁ ମହା ଶକତିକୁ

ପାଇଛି ତା' ଥଳକୂଳ

ଆବୃତ କରି ରଖିଅଛି ମୋତେ

କି ନିମ୍ନ ଭାଗ ,ଅତଳ ।

ଅଦୃଶ୍ୟ ସେପାରି ଉତ୍ତୁଙ୍ଗ ଶିଖରେ

ପାଦ ପଡ଼ି ନାହିଁ କା 'ର

ନିଃସଙ୍ଗ, ଅନନ୍ୟ ତା ' ସହିତ ମିଶି

ହରାଇବି ସତ୍ତା ମୋର।

ପୁନଶ୍ଚ ମୁଁ ହେବି ଈଶ୍ୱରଙ୍କ ଜ୍ୟୋତି

ଜାଗି ଉଠି ଅକସ୍ମାତ୍

ଆଶ୍ଚର୍ଯ୍ୟ, ଉତ୍ସାହ ଦିବ୍ୟ ଆବିର୍ଭାବ

ସହ ପୁଣି ଉଲ୍ଲସିତ ।



Rate this content
Log in

Similar oriya poem from Abstract