STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଅନନ୍ତ ଆଦେଶରେ

ଅନନ୍ତ ଆଦେଶରେ

1 min
9

କବିତା - ଅନନ୍ତ ଆଦେଶରେ
ରଚନା - ପଞ୍ଚାନନ ଜେନା
ତାରିଖ -୨୫-୦୮-୨୦୨୫
 ++++++++++++++++
 ଜୀବନ ଫଟୋଚିତ୍ର ବି
ଜୀବନ ଭାଗ୍ୟଚକ୍ର ବି
 ତଫାତ୍ କେବଳ ରଙ୍ଗରସର
 ତଫାତ୍ କେବଳ ରଙ୍ଗତୂଳୀର

 ମନଲୋଭା ରଙ୍ଗ ଅନୁସାରେ
 ଭାଙ୍ଗ ହେଲେ
ଜୀବନ୍ତ ହୁଏ ଚିତ୍ର ଚରିତ୍ର
ଫଟୋଚିତ୍ର ହୁଏ ସୁନ୍ଦର ମନୋହର

 ଆଉ ଅନାବନା ରଙ୍ଗ ଭାଙ୍ଗ ଲାଗିଲେ
ଆଉ କାହା ହାତରେ ଘଷିଗଲେ
ଭାଗ୍ୟଚକ୍ରରେ କଳା କଳଙ୍କ ଅସୁନ୍ଦର

 ଫରକ୍ କେବଳ ରଙ୍ଗମଞ୍ଚର
ଫରକ୍ କେବଳ ଟାଣପଣର

 ଖୁସି ତ ସେତେବେଳେ ଆସେ
ହସ ତ ପାଖରେ ଆପେ ଆପେ ବସେ
ଯେବେ ନିଜ ସର୍ତ୍ତରେ ବାର୍ତ୍ତାରେ
ବଂଚିବାକୁ ପଡ଼େ କର୍ତ୍ତବ୍ୟ ପଥରେ

 ମାାତ୍ର ପ୍ରଶାନ୍ତି ସେତେବେଳେ ଆସେ
ଶାନ୍ତି ତ ମୁଁହ ମୟୁଖରେ ଆପେ ଆପେ ଦିଶେ
ଯେବେ ଅନ୍ୟ ପାଇଁ
 ପରିବର୍ତ୍ତିତ ସର୍ତ୍ତରେ
 ପରିବର୍ଦ୍ଧିତ ମାତ୍ରାରେ
 ପରିପୋରକ ଯାତ୍ରାରେ
ଜିଇଁବାକୁ ପଡ଼େ ଅବ୍ୟକ୍ତ ମାର୍ଗରେ
ଅନନ୍ତ ନିର୍ଦ୍ଦେଶ ସନ୍ଦେଶ ଆଦେଶରେ


Rate this content
Log in

Similar oriya poem from Inspirational