ଅଣସର
ଅଣସର


ଅଣସରେ ଏବେ ଜଗତ ଠାକୁର
ନାହିଁ ଗହଳ ଚହଳ
ଅପଲକ ତାର ବଡ଼ ଚକା ଆଖି
ସ୍ଥିର ନିରବ ନିଶ୍ଚଳ ।
ଠାକୁର ହେଲେବି ମଣିଷ ପରାଏ
ଅପୂର୍ବ ତାଙ୍କର ଲୀଳା
କ୍ଲାନ୍ତି ଅବସାଦ ଜ୍ୱର ତାପ କଷ୍ଟେ
ଶ୍ରୀ ଅଙ୍ଗ ଉତ୍ସାହ କ୍ଷୀଣା।
ସଂସାର ସୃଷ୍ଟି ପାଳନ ପୋଷଣ
ଅତି ଦୂରୁହ ବିଷମ
ପୁନର୍ବାର ଶକ୍ତି ଅରଜନ ପାଇଁ
ଲୋଡା ତାଙ୍କର ବିଶ୍ରାମ ।
ଆତ୍ମଗ୍ଲାନି ଯୋଗୁଁ ମଣିଷ ମାତ୍ରକେ
ହୋଇଯାଏ ଉତ୍ତେଜିତ
ବିଚଳିତ ହୋଇ ଅନୁଚିତ କାର୍ଯ୍ୟ
କରି ହୁଅଇ ଦୁଃଖିତ ।
ଧୃଷ୍ଟତା ଅଟଇ ପର ଆଲୋଚନା
ବନ୍ଧୁ ର ବିଶ୍ୱାସ ଘାତ
ଅପରର କ୍ଷତି ଥଟ୍ଟା ପରିହାସ
କେବଳ ନିହିତ ସ୍ୱ।ର୍ଥ ।
r>
ଆମ ଛୁଟିଦିନ ଅବସର ବେଳା
ଅଟେ ବଡ଼ ମୂଲ୍ୟବାନ
ଉତ୍ତମ ଭାବରେ କଲେ ବିନିଯୋଗ
କଠିନ ହୁଏ ସୁଗମ ।
ପରିଶ୍ରମ ପରେ ଉଚିତ ବିଶ୍ରାମ
ପ୍ରାଣ କରେ ଉଲ୍ଲସିତ
ନୂତନ ଆଗ୍ରହ ଉତ୍ସାହ ନିବେଶି
ଧୀର ସ୍ଥିର ହୁଏ ଚିତ୍ତ ।
ଉତ୍ତମ ପ୍ରଚେଷ୍ଟା ଫଳରେ ମିଳଇ
କର୍ମ ଫଳ ସମୁଚିତ
ବିଦ୍ୟା ଧନ ଯଶ ପ୍ରାପତ ହୁଅଇ
ସୁନାମ ମିଳେ ନିଶ୍ଚିତ ।
ସଠିକ ସତ୍କର୍ମ ଗ୍ରହଣିୟ ଯାହା
ହୃଦୟ ମନ ବିବେକେ
ଅନ୍ୟର କଥାକୁ ଖାତର ନକରି
ହେଳେ ସମ୍ପାତ ନିର୍ଭୀକେ ।
ଶ୍ରୀ ଜଗନ୍ନାଥ ଜଗତ ବନ୍ଦିତ
ଦାରୁଭୂତ ମହାଗୁରୁ
ଶ୍ରୀ ପୁରୁଷୋତ୍ତମ ମହା ପୂଣ୍ୟ ପୀଠ
ମୁକ୍ତି ମୋକ୍ଷ ତା ଦୟାରୁ ।
..........