STORYMIRROR

Satyabati Swain

Children

4  

Satyabati Swain

Children

ଅଣ ଲେଉଟା ମୁହୂର୍ତ୍ତ

ଅଣ ଲେଉଟା ମୁହୂର୍ତ୍ତ

1 min
571


ବୟସ ବଡ ହୁଏ ବୁଢା ବି ହୁଏ

କିଛି କଥା କିନ୍ତୁ ବୁଢା ହୁଏନା,

ସେ ମନ ସିନ୍ଧୁକରେ

ସାତ ପାଟ କନା ଭିତରେ

କଅଁଳ, କୋମଳ

ଶାଗୁଆ ଛନ ଛନ ହୋଇ ସାଇତାଥାଏ

ସବୁରି ଅଲକ୍ଷେ,ଅଜାଣତେ

ବେଳେବେଳେ ଖୋଲିଯାଏ

ସିନ୍ଧୁକ କବାଟ

ପରିସ୍ଥିତି, ପରିବେଶ 

ଅବା ନିର୍ଜନ ନିଃସଙ୍ଗ ଖାଁ ଖାଁ

ଅଧରାତିଟାରେ

ନିଜ ଇଛାମତେ।।


ଜଣା ଅଜଣାରେ

ହୃଦୟ ଘା' ଟା ଉଖାରି ହୋଇଗଲେ

ରକ୍ତ ଝରେ ମେନ୍ଦେ ମେନ୍ଦେ

ବେଳେ ବେଳେ

ନିଃଶବ୍ଦେ ତତାଏ ,କନ୍ଦାଏ

ପୁଣି କେବେ 

ଆନନ୍ଦର ଜହ୍ନ ଉଏଁ

ମନ ଘରେ ବିଛେଇ ପଡେ

ରୋମଞ୍ଚିତ ଶୀତଳ 

ଆଲୁଅରୁ ଧାରେ

ଆଃ କି ବାସ୍ନା......

କି ଚମକ!!!

କେତେ ଆନନ୍ଦଦାୟୀ

ଅଭୂଲା,ଅଲିଭା,

ଚୁପ ଚାପ ଶୋଇଥିବା 

ନ ଫେରିବା ଭୀଷ୍ମ

ଅଣ ଲେଉଟା ମୁହୁର୍ତ୍ତ !


ସମୟ ଓ ବୟସ 

ଅବସ୍ଥା ତଥା ବ୍ୟବସ୍ଥା

ସବୁ ଭୁଲେଇ ଦିଏ

ଦିଏନି କିନ୍ତୁ ଲିଭେଇ

ଅଣ ଲେଉଟା ମୁହୂର୍ତ୍ତର କଥା ବ୍ୟଥା

ସେ ସେମିତି ଜଳୁଥାଏ

ଅଖଣ୍ଡ ହୋଇ ଜୀବନ ତମାମ

ବନ୍ଧ ସିନ୍ଧୁକ ଭିତରେ ଥାଏ 

ସାଥିରେ ବି ମଶାଣୀକୁ ଯାଏ

ନିଜ ଛଡା କେହି ପଢ଼ନ୍ତି

ସେ ପୃଷ୍ଠାକୁ

ବୁଝନ୍ତିନି କ୍ଷତ କ୍ଷତିକୁ

ଏ ପାଇଁ ଅବକାଶ ଅନ୍ୟର

ଅଛି ବା କା ପାଶେ!!!।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children