ଅଁଳା ନବମୀ
ଅଁଳା ନବମୀ
ଧର୍ମ ମାସ କାର୍ତ୍ତିକ ର ଶୁକ୍ଳ ନବମୀ ତିଥିରେ
ଅଁଳା ନବମୀ ପାଳନ ହୁଏ ଶାସ୍ତ୍ର ଆଧାରରେ
ଭିନ୍ନ ଭିନ୍ନ ତଥ୍ୟ ଅଛି ଅଁଳା ନବମୀ ସହିତ
ପୁରାଣ ପୃଷ୍ଠାରେ ଭିନ୍ନ ମତ ହୋଇଛି ବର୍ଣ୍ଣିତ
ସତୀତ୍ୱ ହରଣ ପରେ ସତୀ ନାରୀ ବୃନ୍ଦାବତୀ
ଅଗ୍ନି ଧାରେ ନିଜ ଆତ୍ମାହୁତି କରିଲେ ସମ୍ପ୍ରତି
ଆତ୍ମା କ୍ରମେ ତିନି ବୀଜ ହେଲା ସେ' ଅନ୍ତରୀକ୍ଷରେ
ଭୂ ପତିତ ହେଲା ତିନି ଗୁଣ ଧରି ଏ ମର୍ତ୍ତ୍ୟରେ
ଅଁଳା,ତୁଳସୀ,ମାଳତୀ ତିନି ବୃକ୍ଷ ହେଲେ ଜାତ
ବିଷ୍ଣୁଙ୍କ ମାୟା ବଳରେ ସବୁ ହେଲା ସଂଘଟିତ
ତମ ଗୁଣ ଧାରେ ମାଳତୀ ସ୍ଥିତ ବନ ମଧ୍ୟରେ
ବନ ଫୁଲ ଭାବେ ଶୋଭା ହେଲା ଦ୍ଵାପର ଯୁଗରେ
ମର୍ତ୍ତ୍ୟରେ ମାଳତୀ, ଅଁଳା ଓ ତୁଳସୀ ସ୍ୱର୍ଗ ପୁରେ
ତୁଳସୀଙ୍କ ପୂଜନ ସର୍ବତ୍ର ପୁଣି ତିନି ପୁରେ
ଅନ୍ୟ ଏକ ତଥ୍ୟ ଅଛି ପୁଣି ପୁରାଣ ପୃଷ୍ଠାରେ
ଲକ୍ଷ୍ମୀ ଓ ପାର୍ବତୀଙ୍କର ପୂଜା ବିଷ୍ଣୁ ଉଦ୍ଦେଶ୍ୟରେ
ଉଭୟଙ୍କ ଅନନ୍ଦାଶ୍ରୁ କ୍ରମେ ହୋଇଲା ପତିତ
ତନ୍ମଧ୍ୟରୁ ଅଁଳା ବୃକ୍ଷ ଆପେ ହୋଇଲା ସମ୍ଭୂତ
ପଦ୍ମ ପୁରାଣ ପୃଷ୍ଠାରେ ଜଳନ୍ଧର ବଧ ପରେ
ଆଦିଶକ୍ତି ଆବିର୍ଭାବ ହେଲେ ଶିବ ତପ ଧାରେ
ରଜଗୁଣା ସରସ୍ଵତୀ ଅଂଶରୁ ' ଧାତ୍ରୀ ' ଉତ୍ପତ୍ତି
ଧାତ୍ରୀ ହିଁ ଅଁଳା ବୃକ୍ଷ ନାମରେ ବିଦିତ ସମ୍ପ୍ରତି
ଅନ୍ୟ ତଥ୍ୟ କହେ ଯେବେ ହେଲା ସମୁଦ୍ର ମନ୍ଥନ
ଚଉଦ ଟି ମୂଲ୍ୟବାନ ବସ୍ତୁ ର ହେଲା ଉତ୍ପନ୍ନ
ସର୍ବ ଶେଷ ଅବସ୍ଥାରେ ଅଁଳା ବୃକ୍ଷ ହେଲା ଜାତ
କାର୍ତ୍ତ
ିକ ଶୁକ୍ଳ ନବମୀ ତିଥିରେ ହେଲା ପୂଜିତ
ଉତ୍କଳେ ଅଁଳା ନବମୀ ଦିନ ସ୍ଵତନ୍ତ୍ର ବିଧାନ
ମା ରାସେଶ୍ୱରୀ ଶ୍ରୀରାଧାଙ୍କ ହୁଏ ପାଦ ଦର୍ଶନ
ଶ୍ରୀକୃଷ୍ଣଙ୍କ ମଣି ବିଗ୍ରହ ଓ ରାଧା ରାଣୀ ମୂର୍ତ୍ତି
ସାକ୍ଷୀଗୋପାଳ ରେ କାଳ କ୍ରମେ ସ୍ଥାପିତ ସମ୍ପ୍ରତି
ଏ ସାକ୍ଷୀ ଗୋପାଳ ଗୁପ୍ତ ବୃନ୍ଦାବନ ନାମେ ଖ୍ୟାତ
ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ହୁଏ ଅନୁଷ୍ଠିତ
ପୁଣି ଭିନ୍ନ କାହାଣୀ ଏ ଅଁଳା ନବମୀ ତିଥିରେ
ଅଳତା ଲଗାଇ ଥିଲେ କୃଷ୍ଣ ରାଧାଙ୍କ ପାଦରେ
ରାଧା ପାଦ ରେଣୁ ବଳେ କୃଷ୍ଣ ହୋଇଥିଲେ ସୁସ୍ଥ
ତେଣୁ ଏ ଅଁଳା ନବମୀ ନାମରେ ଅଛି ମହତ୍ତ୍ୱ
ଗୁପ୍ତ ବୃନ୍ଦାବନ ଏହି ସାକ୍ଷୀ ଗୋପାଳ କ୍ଷେତ୍ରରେ
ରାଧାଙ୍କର ପାଦ ରହସ୍ୟ ପ୍ରାୟତଃ ଆବୃତ ଧାରେ
ଓଡ଼ିଆଣୀ ବେଶ ହେବା ରହିଅଛି ପରମ୍ପରା
ଶ୍ରୀରାଧା ପାଦ ଦର୍ଶନ ବିଧି ସମ୍ପୂର୍ଣ୍ଣ ନିଆରା
ନଟବର ରୂପେ ଶ୍ରୀକୃଷ୍ଣ ବେଶର ଆୟୋଜନ
ରଥ ଯାତ୍ରା ପରେ ଦ୍ଵିତୀୟ ଯାତ୍ରା ଭାବରେ ମାନ୍ୟ
ବିଷ୍ଣୁଙ୍କ ପ୍ରତିମା ସ୍ନାନ କରାଇ ବଟା ଅଁଳା ରେ
ଅଁଳା ଗଛ ମୂଳେ ଆରାଧନା ହୁଏ ଭକ୍ତି ଭରେ
ରହି ଅଁଳା ଗଛ ମୂଳେ ହବିଷ ପାଳନ-କାରୀ
ରନ୍ଧନ ଓ ଭୋଜନ ବିଧି ପ୍ରାୟତଃ ସର୍ବୋପରି
ଧାର୍ମିକ ମାନ୍ୟତା ପ୍ରାୟ ଅଁଳା ନବମୀ ତିଥିରେ
ବିଷ୍ଣୁ ଓ ଶିବଙ୍କ ନିବାସ ଉକ୍ତ ଅଁଳା ବୃକ୍ଷରେ
ଜପ,ତପ ଓ ଦାନ ବିଧାନ ଅଁଳା ନବମୀରେ
ସନ୍ତାନ ପ୍ରାପ୍ତି ଓ ମଙ୍ଗଳ ଅର୍ଥେ ହୁଏ ପୂଜନ
ଅଁଳା ନବମୀରେ ଜପ,ତପ,ଦାନ ହିଁ ବିଧାନ