ଅନିଶ୍ଚିତତା ଜୀବନର
ଅନିଶ୍ଚିତତା ଜୀବନର
ସଦ୍ୟ ଫୁଟନ୍ତା
ଗୋଲାପ ଫୁଲଟା
ହାତଠାରି ଜଣାଏ
ତା'ର ପ୍ରୀତି ଭାଷା
ଶୀତୁଆ ସକାଳର
ନରମ ଖରାରେ
ପିଠିଟାକୁ ସୂର୍ଯ୍ୟଙ୍କୁ ଦେଖାଇ ।
ନିରୀହ ମଧୁମକ୍ଷିକା
ଭୁଲି ଯାଏ ନିଜତ୍ୱ
ଆଖି ବୁଜି ଶୋଷି ନିଏ
ଗୋଲାପର ସବୁ ତକ ମହୁ ।
ତା'ର ଫୁଟନ୍ତା ଯୌବନର
ସୌନ୍ଦର୍ଯ୍ୟ ଭିତରୁ
ସୁନ୍ଦରତା ଲିଭି ଲିଭି ଯାଏ
ମଉଲି ଯାଏ ସେ
ଝାଉଁଳି ପଡେ
ଲୋକ ଲଜ୍ଜାରେ
ଝୁରି ମରେ
ଅନିଶ୍ଚିତତା ଜୀବନର
ଭିତରେ ଭିତରେ ।