STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

ଅନିନ୍ଦ୍ୟ ସୁନ୍ଦରୀ

ଅନିନ୍ଦ୍ୟ ସୁନ୍ଦରୀ

1 min
175

     

ସୁନ୍ଦର ସୁନ୍ଦର ଅତି ସୁନ୍ଦର 

ତାର ଚେହେରା ଯେତିକି ସୁନ୍ଦର,

ବର୍ଣ୍ଣନା କରିବାକୁ ଶବ୍ଦ ଖୋଜି 

ମିଳେ ନାହିଁ ସେତିକି ସୁନ୍ଦର

ସୁନ୍ଦର ସୁନ୍ଦର ଅତି ସୁନ୍ଦର। 


ମୁନି ଋଷି ମନ ଭୁଲା  

ତା' ସୁନ୍ଦର ରୂପ ଲାବଣ୍ୟ, 

ଯିଏ ଦେଖି ଦେବ ଥରେ 

ଯୁଗ ଯୁଗର ପାପ ଧୋଇଯିବ 

ମିଳିଯିବ ତାକୁ ପୁଣ୍ୟ। 

ଆଖିରେ ତା' ଚିଲିକାର ତରଙ୍ଗ 

ଓଠର ହସେ ମତୁଆଲା ପତଙ୍ଗ। 

ସୁନ୍ଦର ସୁନ୍ଦର ଅତି ସୁନ୍ଦର... 


ମୁଖ ଦେଖି ତାର 

ଲାଜେ କମଳ ସରମି ଯାଏ, 

ତା' କଳା ରଙ୍ଗ କେଶ ଦେଖି 

ଭ୍ରମେ ମୟୂରୀ ନାଚେ। 

କମର ହଲା ତାର ଧୀର ଚାଲି 

ମୃଦୁ ମଳୟ ଲହରୀ, 

କଅଁଳ କଥା ତାର ଗୀତର ସ୍ବର 

ହୃଦେ ପୁଲକ ଦିଏ ଭରି। 

ସୁନ୍ଦର ସୁନ୍ଦର ଅତି ସୁନ୍ଦର... 


ଅଙ୍ଗ ରଙ୍ଗ ତାର 

ପୁନେଇଁ ଜହ୍ନର ଜୋଛନା,

ଅଳଙ୍କାରେ ଅଳଙ୍କୃତା ରମଣୀ 

ଚମକୁ ଥିବା ତାରା ସବୁ ତା ନମୁନା। 

ତା' ରୂପ ଗୁଣର ନାହିଁ ତୁଳନା 

କଳ୍ପନାରେ କରି ହୁଏନା କଳନା, 

ଅନିନ୍ଦ୍ୟ ସୁନ୍ଦରୀ ସେ ଲଳନା 

ପାଶେ ଭାବ ଭାଷା ନାହିଁ 

କରିବାକୁ ଅବିକଳ ବର୍ଣ୍ଣନା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance