STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ଅନ୍ଧର ଆଲୋକପାତ

ଅନ୍ଧର ଆଲୋକପାତ

1 min
397

ସମାଜ ସତେକି ଆକାଶଟିଏ 

ଆକାଶରେ ଦିଶେ ସକାଳର ସୂର୍ଯ୍ୟ ରାତ୍ରୀର ଚନ୍ଦ୍ରମା

ଅବିବେକୀ ଅନ୍ଧଟିଏ କରେ ଆଲୋକପାତ, 

ଅହଙ୍କାରର ଚଷମାରେ ଦିଶେନି ତାକୁ ଲୁହର ମେଳା

ସେ ଦୁଃଖ ଦେଖି ଦୂରେଇଯାଉଥିବା ମଣିଷ ଓ

ଟିକିଏ ସୁଖ ଦେଖି ଅଳପ ହସ ଦେଖି ହୁଅନ୍ତି ଈର୍ଷାନ୍ବିତ, 

ହିଂସା କପଟ ଓ ଅସୂୟା ଭାବେ ଜଳୁଥିବା ପ୍ରାଣୀ

ତାକୁ ରଖ ମନେ ଜାଣି, ତା' ବାଣୀ କୁ ପିଇବ ଛାଣି ।


ମାଟି ଜାଣେ ଗଛର ପତ୍ର, ଫୁଲର ରଙ୍ଗ ଓ ଢଙ୍ଗ

ଆଉ ଏଠି କିଛି ମଣିଷ ଈର୍ଷାକୁ ଗର୍ଭରେ ଧରି

ଛଟପଟ ହୋଇ ଷଡ଼ଯନ୍ତ୍ରରେ ସନ୍ନିହିତ, 

ଯେ ରାତିରାତି ଜଳି, କେତେକେତେ ଲୁହ ଢାଳି

ନିଦ ଭୁଲି, ସୁଖ ତ୍ୟାଗୀ ସଂଘର୍ଷେ ଜୀବିତ, 

ଆଉ ତୁମେ ନିର୍ଦୟ, ନିଷ୍ଠୁର ବିଚାରର ଅନ୍ଧ

ଲଢିଲଢି ଜିତିଥିବା ଆଲୋକକୁ ଚିହ୍ନିଥିବା ମନକୁ

କଳଙ୍କିତ କଳାମନେ ଅନ୍ଧାରର କଷଣ ନ ଜାଣି

ନୀଚ୍ଚମନା ହୋଇ କରୁଛ ଆଲୋକପାତ, ଧିକ୍କାର ତୁମକୁ ।


ଧର୍ମ ସହିବନି ଈଶ୍ବର ସହିବେନି 

ସତ୍ଯ ପଥରେ ସାହସର ସହ ଚାଲୁଥିବା ମଣିଷ

ସହିଯିବ ଅନେକ ସହିଆସିଛି ସେ

ପରିସ୍ଥିତିର ତାଡ଼ନା ଯନ୍ତ୍ରଣା ଆହୁରି ସହିଯିବ 

ଭୁଲିବନି କିଛି ସମୟକୁ ସମ୍ମାନ ଦେଇ ଜାଣେ 

ତୁମେ ଖୋଲିଦେଖ ବୁଦ୍ଧି ସହ ବିବେକକୁ ଡ଼ାକ

ନିଜକୁ ପରଖ ନିଜ ବିବେକକୁ ସ୍ନାନ କରାଅ

ବଦଳାଇଦିଅ ତୁମ ଆତ୍ମା ଆଖିର ଚଷମା

ନିଜ ମନର ଅନ୍ଧାରକୁ ଥରେ ଆଲୋକପାତ କର 

ତା' ପରେ ଜାଣିବ ମଣିଷତ୍ୱର ପରିଭାଷା ।


ବୁଝିଯାଅ ଅବା ବୁଝାଅ ଆପଣାର କରି

ଅଧିକାର, କ୍ଷମତା ସହ କର୍ତ୍ତବ୍ଯରେ ବିବେକକୁ ଆଣ

ଚିହ୍ନିବାର ପ୍ରୟାସ ହେଉ ଥରେ ଆଲୋକକୁ ଜାଣ

ଅନ୍ଧ ହୋଇ ଆଲୋକପାତ ର ଅର୍ଥ କିଛି ନାହିଁ, 

ହଁ ତୁମକୁ କହି ବା କି ଲାଭ 

ତୁମର ତ ଆଖିରୁ ଚଷମା ବଦଳାଇବାଟା ଅର୍ଥ

ଅହଙ୍କାର ର ଦୂର୍ଗ ଭାଙ୍ଗିବାର ନିରାଶା, 

ସୁଖ ନଦେଇପାର କାହା ସୁଖେ ଜଳନି

ଲୁହ ନ ପୋଛିଲେ ନାହିଁ, କାହା ଦୁଃଖ ବଢାଅନି ହାରିଯିବ

ଅନ୍ଧମାନେ ଅନ୍ଧକାରରୁ ଆଲୋକକୁ ଆସି ଦେଖ

ଆମ କାହାଣୀ ଜାଣିବ ତ ପାଦତଳୁ ମାଟି ଖସିଯିବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract