STORYMIRROR

KRUTIBAS NAYAK

Abstract

3  

KRUTIBAS NAYAK

Abstract

ଅନ୍ଧକାର

ଅନ୍ଧକାର

1 min
165


ଅନ୍ଧକାର ଏବେ ନିଜର ହୋଇଛି ଯାତନାକୁ ସାଥୀ କରି-

ବେଦନାକୁ କାନ୍ଧେ ବୋହି ବୁଲୁଛି,

ଯେତିକି ପାଇଲି ମୁହିଁ ଆଉ କିଛି ଲୋଡ଼ାନାହିଁ-

ସବୁ ଦୋଷ ମୋର ମାନି ନେଉଛି | (ଘୋଷା)


ସ୍ମୃତି ବୋଲି ଆଉକିଛି ରଖିବିନି ଜୀବନେ,

ଆଜିଠାରୁ ଆଉ ତୁମେ ଆସିବନି ସ୍ୱପନେ |

ଛାଡ଼ିବାକୁ ହେବ ମୋର ଯାହା ଥିଲା ଅତୀତରେ-

ଭୁଲିବାକୁ ହେବ ଯାହା ରହିଛି ।

ବେଦନାକୁ କାନ୍ଧେ ବୋହି ବୁଲୁଛି | (1)


ମରୁଝର ଦେଖି କେହି ଜଳ ବୋଲି କହିଦେବ,

ନିରାଶା ମରୁରେ ମୋତେ ଏକା ବଞ୍ଚିବାକୁ ହେବ |

ତୁମରି ଶୁଭ ମାନସୀ ନିଜ ଭାଗ୍ୟକୁ ଆଉଁସି -

ତୁମଠୁଁ ବିଦାୟ ନେଇ ଯାଉଛି |

ବେଦନାକୁ କାନ୍ଧେ ବୋହି ବୁଲୁଛି |(2)


Rate this content
Log in

Similar oriya poem from Abstract