STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଅନ୍ଧକାର

ଅନ୍ଧକାର

1 min
217


ମେଞ୍ଚା ମେଞ୍ଚା ବହଳ ଗହଳ ଅନ୍ଧାର ର ଆସ୍ତରଣ

ସୂରୁଯ ବିହିନ ଆକାଶ ତାରା ବି ନିଶ୍ଚିହ୍ନ

କଳା କଳା ବାଦଲ ର ଆବରଣ କରିଛି ଆଛନ୍ନ

ସାରା ପରିବେଶ ଶୂନଶାନ ।।


ଅତୃପ୍ତ ଆତ୍ମା ଯେତେ ଅଶରିରୀ ରୂପେ

କିଳିକିଳା ନାଦ କରି ବୁଲୁଛନ୍ତି ଏଥେ

ଦୁଃସହ ଜୀବନ ଜାତକ 

ନିଃଶବ୍ଦେ ଅନ୍ଧାର ରାତି ସତେ ଅବା କରିଛି କୁହୁକ ।।


ମହାମାରୀ କରୋନା ର କଳା କଳା ଅତିକାୟ ହାତ

ସତେ ଯେମିତି ଆକାଶରେ ହୋଇ ବିସ୍ତାରିତ

ପୃଥିବୀ କୁ ଘୋଡାଇ ଦେଇଛି 

ଘନ କଳା ଅନ୍ଧାରରେ କରିକିରି ହୋଇ କେ ହସୁଛି ।।


ଛଟପଟଉଛି ଜୀବନ ଗୁଡାକ ଅନ୍ଧାର ଭିତରେ

ନିର୍ବିଘ୍ନେ ଭୁତାଣୁ ବିଚରେ ଏଇ କଳା ଅନ୍ଧାରରେ

ନରକର ବିକଟାଳ ଗହ୍ଵର ଭିତରେ

ଆର୍ତ୍ତ ଚିତ୍କାର ମିଳେଇ ଯାଉଛି ସେ ଘନ ଅନ୍ଧାରରେ ।।


ଅସହାୟ ମାନବ ସମାଜ, ଅସହାୟ ଏଠି ବି ଈଶ୍ଵର

ଭୈରବୀ ଗର୍ଜନ ବିବଶ କରୁଛି

ମୃତ୍ୟୁ ର ତାଣ୍ଡବ ତାଳେ ତାଳେ

ଅକାତ ଅନ୍ଧାରେ ମଣିଷ ମରୁଛି ।।


ମହାମାରୀ ଅନ୍ଧକାରେ ହଜିଛି ସମାଜର ବାଟ

ହଜିଯାଇଛି କର୍ମ ଧର୍ମ ଭାଙ୍ଗେ ମେରୁଦଣ୍ଡ

ଅକର୍ମଣ୍ୟ ତରୁଣ ଜୀବନେ,ଭାଙ୍ଗେ ସ୍ଵପ୍ନର ମିନାର

ଆଲୋକ କାହିଁ ଆଲୋକ, 

ଖାଲି ଅବଶୋଷ ଆଉ ଅସୁୟା ର ଅନ୍ଧକାର ଆଉ ଅନ୍ଧକାର  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics