STORYMIRROR

Sukadev Mahanta

Abstract

4  

Sukadev Mahanta

Abstract

ଅନ୍ଧକାର ତାହାଠାରୁ ଭଲ

ଅନ୍ଧକାର ତାହାଠାରୁ ଭଲ

1 min
390

ଆଜିର ଏ ଭ୍ରଷ୍ଟ ସମାଜରେ

ଦିବସର ସ୍ପଷ୍ଟ ଆଲୋକରେ

ଆଙ୍ଗୁଠି ଗେଞ୍ଜି ଆଖୁରେ 

ଲିପ୍ତ ହୁଏ ନର ଅନ୍ୟାୟ ଅନୀତିରେ 

ଭୁଲୁଣ୍ଡିତ କରିଚାଲେ ନାରୀର ଇଜ୍ଜତ

ମଣିଷର ସ୍ବାଭିମାନ ଓ ମାନ ମହତ

ଲୁଟିଚାଲେ ଜାତୀୟ ସଂପତ୍ତି 

ବେଫିକର କର୍ମ ଡାକି ଆଣଇ ବିପତ୍ତି |


ଦିବସରେ ମଣିଷର କୁକର୍ମରେ 

ଅତିଷ୍ଠ ହୁଏ ପ୍ରକୃତି ପ୍ରଦୂଷଣ ବିଷରେ

ଜଳ ସ୍ଥଳ ଆକାଶ ସବୁଠାରେ 

ଭରିଯାଏ ରୋଗୀର ଆର୍ତ୍ତନାଦରେ

ପ୍ରକୃତିର ବିକଳ କ୍ରନ୍ଦନରେ 

ଶୁଭେ ଖାଲି ହାହାକାର 

ଏଇ ଆମ ସବୁଜ ଗ୍ରହରେ |


ଦିବସଠୁ ଅନ୍ଧକାର ଶତଗୁଣେ ଭଲ

ଶୋଇଯାନ୍ତି ଦୁର୍ମତି ଲମ୍ପଟ ନାହିଁ କୋଳାହଳ

ଶାନ୍ତିରେ ନିଶ୍ୱାସ ମାରି ପାରଇ ପ୍ରକୃତି 

ଜଳ ସ୍ଥଳ ଆକାଶରେ ଅଖଣ୍ଡ ପ୍ରଶାନ୍ତି

ଭଲଲାଗେ ଜ୍ୟୋତ୍ସ୍ନାପ୍ଲୂତ ରମ୍ୟ ଜହ୍ନରାତି 

ତାରାଗଣ ମେଳେ ଧ୍ରୁବତାରାର ଆକୃତି 

ଆକାଶକୁ ଚାହିଁ ଚାହିଁ ଭାବିପାରେ ନିତି 

ନିର୍ବିଘ୍ନରେ ନିରୋଳାରେ ଯେତେ ମଧୁ ସ୍ମୃତି |


ଲୋଡାନାହିଁ ମୋର ଦିନର ଆଲୋକ

ଅନ୍ଧକାର ତାହାଠାରୁ ଭଲ ଯେ ଅନେକ 

ଆଲୋକରେ ଶାନ୍ତି ମଳିପାରେ ନାହିଁ 

କୋଳାହଳେ ବ୍ୟସ୍ତତାରେ ବୁଡି ରହିଥାଇ 

ନିଶିଥରେ ବିଜନରେ ବସି ଅନ୍ଧକାରେ 

ଜ୍ୟୋତ୍ସ୍ନାପୂତ ଆକାଶକୁ ଚାହିଁଦେଲେ ଥରେ 

ଶାନ୍ତ କାନ୍ତଜହ୍ନ ଦେଖି ମନ ଆଖିଭରେ

 ଅଖଣ୍ଡ ଅମାପ ପ୍ରଶାନ୍ତି ଭରେ ହୃଦୟରେ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract