ଅନ୍ଧବିଶ୍ୱାସରୁ ମୁକ୍ତି
ଅନ୍ଧବିଶ୍ୱାସରୁ ମୁକ୍ତି
ମୋର ସୁନ୍ଦର ଧରଣୀର ବୁକେ ଆଜି ଜଳୁଅଛି ନିଆଁ,
ସତ୍ୟ ଶାନ୍ତି ପଥେ ଚଳିବା ଆଜି ଦୁର୍ବିସହ ହୁଏ କିଆଁ |୧|
ମଣିଷ ନୁହେଁ ତ ପଶୁ, ତା ଦେହରେ ଅଛି ଦିବ୍ୟଜ୍ଞାନ
ଦିବ୍ୟ ଜ୍ୟୋତି ଥାଇ ପ୍ରେମରେ ଜୀଇଁବା ମହତ ଜ୍ଞାନ |୨|
ମନୁଷ୍ୟ ମାତ୍ରେ ତାର ମହତ୍ତ୍ୱ, ସେ ଜ୍ଞାନ ବିବେକ ପୂର୍ଣ୍ନ
ଅପରିହାର୍ଯ୍ୟ ଅଟଇ ତାହାର ମନକୁ ଆସିବା ପ୍ରଶ୍ନ |୩|
ଯଦି କେବେ ପ୍ରଶ୍ନ ନପଚାରିବା, ଅବା ଯୁକ୍ତି ନକରିବା
ଅନ୍ଧାରେ ଘୁରି ନିଜ ବିଶ୍ୱାସକୁ ଧରି ଅନ୍ଧ ହୋଇ ରହିବା |୪|
ସେହି କାରଣେ ପ୍ରତ୍ୟେକ ବ୍ୟକ୍ତି, ପରିବାର ଓ ସମାଜର
ପ୍ରଶ୍ନ କରିବା, ମନ ମଧ୍ୟେ ପରୀକ୍ଷା କରିବା ତ ଅଧିକାର |୫|
ତାହା ଦ୍ୱାରା ସରବ ଉନ୍ନତି ହୁଏ, ସେତ ଅଟେ ଜ୍ଞାନ ବିଜ୍ଞାନ
ପ୍ରଶ୍ନ, ତର୍କ ବିତର୍କ ଅଭାବ ମନ ହିଁ ଅନ୍ଧ ବିଶ୍ୱାସ ଜାଣ |୬|
ଅନ୍ଧ ଭାବରେ ମାନୁଥିବା, ଅଶିକ୍ଷା, କୁଶିକ୍ଷା, ଓ ଅଜ୍ଞତା
ରୋଗ, ଦୁଃଖ ଓ ଅଶାନ୍ତି ସୃଷ୍ଟି କରେ ମନର ଅନ୍ଧତା |୭|
ଯାହା ସବୁ କଥା ମଧ୍ୟ ସାର୍ବଜନୀନ ଗ୍ରହଣୀୟ ନୁହେଁ
ଅନ୍ଧ ବିଶ୍ୱାସେ ବିନା ପରୀକ୍ଷା ନିରୀକ୍ଷାରେ ଚାଲିଥାଏ |୮|
ଯଞ୍ଜ, ଜନ୍ତାଳ, ବେଙ୍ଗ ବିବାହ, ଅବା ଷଣ୍ଢ ସୁଧି ଦ୍ବାରା
ବର୍ଷା ହୁଏ ନାହିଁ କିନ୍ତୁ ମାନି ଚାଲିଛେ ଅନ୍ଧଭାବ ଦ୍ୱାରା |୯|
ପୂର୍ବରୁ କହୁଣ ଥିଲେ ଭଗବାନ, ଜଣେ ମଣିଷକୁ
କପଟୀ ଜାଣିଲେ, ବେଇମାନ କହୁନେ କି ତାକୁ |୧୦|
ଡେଉଁରିଆ ବାନ୍ଧିବା, ଗୋଡ଼ରେ କଳାଫିତା ବାନ୍ଧିବା
ଅନ୍ଧତାରେ ସମାଜ ନିମ୍ନଗାମୀ ହୁଏ ଏକଥା ବୁଝିବା |୧୧|
ଚାକିରୀ, ବାହାଘର, ଓ ଶୁଭ ଅଶୁଭ ବିଷୟରେ
ଅନ୍ଧ ବିଶ୍ୱାସରୁ କିଛି ଲାଭ ଜନକ ବ୍ୟବସାୟରେ |୧୨
ଧର୍ମାନ୍ଧତାରୁ ନିଃସହାୟତା ଅନ୍ଧବିଶ୍ୱାସର ଲକ୍ଷଣ
ସୃଷ୍ଠି କରିବା ତା ବିରୁଦ୍ଧ ବ୍ୟାପକ ଜନଜାଗରଣ |୧୩|
ଶୋଷଣ କଷଣ ଲୁଣ୍ଠନ ଭଗବାନଙ୍କ ଦ୍ବାରା ଘଟୁଛି
ଏ ମାନସିକତା ଲୋକଙ୍କ ଭିତରେ ଏବେ ବି ଅଛି |୧୪|
ମହୁ ପାଦରୁ, ହାତରୁ ବିଭୂତି, ସିମେଣ୍ଟ ଗାଈଠାରୁ ଖିର
କେତେ ମଣିଷ ଆମେ ଦେଖିଛେ କରୁଥିଲେ ପ୍ରଚାର |୧୫|
ସେପରି ଆତ୍ମ ଘୋଷିତ ଭଗବାନ ଜେଲରେ ଅଛନ୍ତି
ହେଲେ ବି ଅନ୍ଧ ବିଶ୍ୱାସରେ କିଛି ସ୍ମରଣ କରୁଛନ୍ତି |୧୬|
ସର୍ବସ୍ବ ଧ୍ବଂସ ହେଇଛି, ଧାଇଁ ଏ ଅନ୍ଧ ବିଶ୍ୱାସ ପଛର
ତଥାପି ଚେତା ଫେରିନି ଅନ୍ଧ ବିଶ୍ୱାସୀ ମାନଙ୍କର |୧୭|
ଆମ ସମାଜରେ ଅନ୍ଧବିଶ୍ୱାସର ରହିଛି ବହୁ ପ୍ରତିବିମ୍ବ
ଏଥିରୁ ମୁକ୍ତି ହେଲେ ଯାଇ ଏ ଦେଶର ବିକାଶ ସମ୍ଭବ |୧୮|
