ଅନ୍ଧାରି ମୋହ
ଅନ୍ଧାରି ମୋହ
ଯେବେଠାରୁ ତୋ ସହ
ବିଚ୍ଛେଦ ହୋଇଗଲା ସେବେଠାରୁ
ଡାଏରୀରେ ଯନ୍ତ୍ରଣା ସବୁକୁ
ଲେଖି ସାଇତି ରଖି ଦେଇ
ଦଶନ୍ଧିରୁ ଦୁଃଖ ସହି ଆସୁଛି ।
ଯେବେ ଅସହ୍ୟ ହୋଇଯିବ ନା
ଜୀବନର ମୂଲ୍ୟ ଶୂନ ହୋଇଯିବ ।
ଡ଼ର ଜକେଇ ଆଣୁଛି ଅନ୍ଧାରେ
ଫେରିବାକୁ ଶୁନରୁ ଏକ ଅଙ୍କ ଆଡକୁ
ନଫେରିଲେ ମୃତ୍ୟୁ କାଖେଇ ନେବ
ସେ ଡ଼ର ନିଦ ଛଡେଇ ନେଉଛି ।
ମୁଁ ବଞ୍ଚିବାକୁ ଚାହେଁ କାହା ପ୍ରେମରେ
ସେ ତୋ ପରି ନହେଲେ ବି ଚଳିବ
ଦିନରେ କେମିତି କେଜାଣି
ଜୀବନ ଯୁଦ୍ଧରେ ସଂଘର୍ଷ କରୁଛି ।
ଦିବସେ ଭାବିବାକୁ ବେଳ ପାଉନି
ହେଲେ...
ଏ ଅନ୍ଧାରୀ ମୋହ ମାୟା
ସଂସାରୀ ହେବାକୁ ଚାହେଁ !
ମୋ ସମ୍ପର୍କର ପ୍ରେମ ଖିଅକୁ
ବାର-ମ୍ବାର ଚେତାଇ ଦେଉଛି ।
ପ୍ରତିଟି ମୁହୂର୍ତ୍ତର ଦୃଶ୍ୟମାନ
ବର୍ଷ ବର୍ଷ ଧରି ଅଦୃଶ୍ୟ ରହିଥିଲା