ଅନ୍ଧାରି ମୋହ
ଅନ୍ଧାରି ମୋହ


ରାତିର କୋଳରେ ଅନ୍ଧାରି ମୋହରେ
ଭାବନା ଆଉଁସି ଦିଏ
ରାତି ସରିଯାଏ ମୋହ ଭାଙ୍ଗିଯାଏ
ଭାବନା ଦୂରେଇ ଯାଏ।
ରାତିର କୋଳରେ ଅନ୍ଧାରି ମୋହରେ
ସପନ ସବାରି ଆସେ
ରାତି ସରିଯାଏ ମୋହ ଭାଙ୍ଗିଯାଏ
ସବାରି ସପନେ ମିଶେ।
ରାତିର କୋଳରେ ଅନ୍ଧାରି ମୋହରେ
କବି ଯେବେ ବୁଡ଼ି ଯାଏ
ରାତି ସରିଯାଏ ମୋହ ଭାଙ୍ଗିଯାଏ
କବି ଆନମନା ହୁଏ।
ରାତିର କୋଳରେ ଅନ୍ଧାର ମୋହରେ
ଜହ୍ନ ବି ଫୁଲେଇ ହୁଏ
ରାତି ସରିଯାଏ ମୋହ ଭାଙ୍ଗିଯାଏ
ଜହ୍ନ ଅପସରି ଯାଏ।