STORYMIRROR

Tapaswini DashSarangi

Abstract Classics Fantasy

3  

Tapaswini DashSarangi

Abstract Classics Fantasy

ଅନ୍ଧାରି ମୋହ

ଅନ୍ଧାରି ମୋହ

1 min
38

ରାତିର କୋଳରେ ଅନ୍ଧାରି ମୋହରେ

ଭାବନା ଆଉଁସି ଦିଏ

ରାତି ସରିଯାଏ ମୋହ ଭାଙ୍ଗିଯାଏ

ଭାବନା ଦୂରେଇ ଯାଏ।

ରାତିର କୋଳରେ ଅନ୍ଧାରି ମୋହରେ

ସପନ ସବାରି ଆସେ

ରାତି ସରିଯାଏ ମୋହ ଭାଙ୍ଗିଯାଏ

ସବାରି ସପନେ ମିଶେ।

ରାତିର କୋଳରେ ଅନ୍ଧାରି ମୋହରେ

କବି ଯେବେ ବୁଡ଼ି ଯାଏ

ରାତି ସରିଯାଏ ମୋହ ଭାଙ୍ଗିଯାଏ

କବି ଆନମନା ହୁଏ।

ରାତିର କୋଳରେ ଅନ୍ଧାର ମୋହରେ

ଜହ୍ନ ବି ଫୁଲେଇ ହୁଏ

ରାତି ସରିଯାଏ ମୋହ ଭାଙ୍ଗିଯାଏ

ଜହ୍ନ ଅପସରି ଯାଏ।



Rate this content
Log in

Similar oriya poem from Abstract