ଅନ୍ଧାର ଅନ୍ଧକାର ନୁହେଁ
ଅନ୍ଧାର ଅନ୍ଧକାର ନୁହେଁ
ଅନ୍ଧାର ଅନ୍ଧକାର ନୁହେଁ
ଅନ୍ଧାରର ରଙ୍ଗ
ଲାଲ ନୁହେଁ, ସବୁଜ ବି ନୁହେଁ
ନୀଳ ନୁହେଁ କି ହରିତ ନୁହେଁ,
ରଙ୍ଗର ବର୍ଣ୍ଣାଳୀ କିନ୍ତୁ
ତା'ଠି ନେସି ହୋଇଥାଏ ।
ଅନ୍ଧାରର ରଙ୍ଗରେ
ତୁମ ଛବି ଆଙ୍କିହୁଏ
ମନର କାଗଜରେ ।
ମୁଁ ଜାଣିଛି ଅନ୍ଧାରକୁ
ତୁମେ କେତେ ଭଲ ପାଅ
ଅନ୍ଧାର ଘେରିଛି ଘେରିଛି ବୋଲି
ମୋତେ ଆଲିଙ୍ଗନ ଦିଅ ।
ମୁଁ ବି ଅନ୍ଧାରକୁ ଭଲପାଏ,
ତୁମ ପ୍ରତିଛବି
ଅନ୍ଧାର ଶୂନ୍ୟତା ଭେଦି
ଯେବେ ପହଁରି ଆସେ
ମୋ ମନ ପକ୍ଷୀ ଉଡ଼ା ଦିଏ ।
ଆମ ଚାରିପାଖେ ଅନ୍ଧାର
ଏମିତି ଘେରି ରହିଥାଉ
ଅନ୍ଧାରର ସଂଜ୍ଞା
ଅନ୍ଧାର ହୋଇ ରହିଥାଉ ।
ତୁମେ ଚେତନାକୁ ଆବୋରି ଥିଲେ
ଅନ୍ଧାର ଲାଗେନା ଅନ୍ଧକାର ଆଉ ।
ମୁଁ ଜାଣିଛି ଅନ୍ଧାରଟିଏ
ଅନ୍ଧକାର ନୁହେଁ,
ମୁଁ ତ ତୁମ ପ୍ରେମର ଅନ୍ଧଟିଏ
ତେଣୁ ପ୍ରତିଟି ରାତିରେ
ତୁମେ ପାଖେ ଥିଲେ
ଅନ୍ଧାରକୁ କାବୁ କରିବାକୁ ଇଛା ହୁଏ ।
ଅନ୍ଧାର ଅତି ଭଲ ଲାଗେ
କଳାର ପର୍ଦ୍ଦାଟିଏ ପରି
ଯେବେ ମୋତେ ଓ ତୁମକୁ ଘୋରାଏ,
ତୁମ ମୁଁହ ଅନ୍ଧାରକୁ ଚିରି
ଜହ୍ନ ପରି ମୋ ଆଖିରେ ପହଁରେ ।
ଅନ୍ଧାରର ରଙ୍ଗ କରୁଥାଉ କିମିଆଁ
ମୋତେ ଓ ତୁମକୁ,
ଅନ୍ଧାର ଏମିତି ଜାଳୁଥାଉ
ତୁମ ମନେ,ମୋ ମନେ ନିଆଁ
ଇର୍ଷାରେ କାଳେ କି’ଏ ଜଳିବେ
ଆସ ଆମେ ପିନ୍ଧିବା ଡେଉଁରିଆ।
