ଅନାଥର ନାଥ
ଅନାଥର ନାଥ
ଅନାଥର ନାଥ ଆହେ ଜଗନ୍ନାଥ
ତୁମେ ମୋ ଜୀବନ ନାଥ
ଅଗତି ର ଗତି ଆହେ ଲକ୍ଷ୍ମୀପତି
ଦୁଃଖୀ ଜନଙ୍କର ନାଥ।
ନୀଳାଚଳ ନାଥ ଆହେ ଜଗନ୍ନାଥ
ସକଳ ଜୀବ ଙ୍କ ନାଥ
ତୁମେ ହିଁ ଜୀବନ,ତୁମେ ହିଁ ସତ୍ୟ
ତୁମେ ହିଁ ମୁକ୍ତି ର ପଥ।
ବରଷ କ ଥରେ ଚଢି ନଦିଘୋଷ ରଥ
ବଡ଼ ଦାଣ୍ଡେ ରଖି ରଥ
ମାନବୀୟ ଲୀଳା ପ୍ରକଟ କରୁଛ
ଦେଖିଲେ ନେତ୍ର କୃତାର୍ଥ।
ମୁନି ଋଷି ଯୋଗୀ ଧ୍ୟାଉଛନ୍ତି ହୃଦେ
ଭକ୍ତଙ୍କର ପ୍ରାଣ ନାଥ
ତୋର ଶ୍ରୀମୁଖର ଦର୍ଶନ ଲଭିଲେ
ଲୋଡା ନାହିଁ ଅନ୍ୟ ତୀର୍ଥ।
ହୃଦୟ ଭାବରେ ଭାବ ବିନୋଦିଆ
ଭକ୍ତ ଜନଙ୍କର ହୃଦୟ ନାଥ
ଶ୍ରୀ ଚରଣରେ ସ୍ଥାନ ଦେଇ ପ୍ରଭୁ
ଏ ଜୀବନ ହେଉ କୃତାର୍ଥ।
ତୁମେ ହିଁ ପରମ ପୁରୁଷ ପରମାର୍ଥ
ଦୀନବନ୍ଧୁ ଦୀନନାଥ
ଅଟେ ମୁଁ ଅଧମ ନାହିଁ ଭକ୍ତି ଜ୍ଞାନ
କରୁଅଛି ପ୍ରଣିପାତ।