STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅନାମିକା

ଅନାମିକା

1 min
128

ବାଆଁରା ଚଢେଇ ପରି

ଲକ୍ଷ୍ୟ ହୀନ

ସ୍ୱାଦହୀନ

ରଙ୍ଗହୀନ

ଜୀବନ ଜିଉଁଥିଲି

ମରି ମରି

ବାଟବଣା ପଥିକ ମୁଁ

ଅମଡ଼ା ବାଟରେ ଚାଲୁ ଥିଲି

ଏକାଏକା

ଶୂନ୍ୟତାର ବଳୟ ଥିଲା

ମୋର ଅନ୍ଧାରିଆ ଟିକି ଦୁନିଆ

ଭଙ୍ଗା ସପନ

ଆଉ

ହତାଶ ମନକୁ

ଆଦରି ନେଇଥିଲି ଜୀବନର

ଶେଷ ଇଚ୍ଛା ଓ ଅଭିଳାଷ


ଅଦିନିଆ ବରଷା ହୋଇ ବରଷିଲୁ

ମନ ଅଗଣାରେ ମୋର

ଭିଜେଇଲୁ ମନ ହସେଇଲୁ ଧନ

ଫେରିଲା ପରାଣ ମୋର


ଫଗୁଣର ରଙ୍ଗ ବୋଲି ଦେଲୁ ଦେହେ

ଶିଖାଇଲୁ ମୋତେ ପ୍ରେମର ରଙ୍ଗ

ଖୋଜି ଆଣିଦେଲୁ ନୂଆ ଜୀବନ

ଯୋଡ଼ିଦେଲୁ ସବୁ ଭଙ୍ଗା ସପନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract