ଅନାମିକା
ଅନାମିକା
ବାଆଁରା ଚଢେଇ ପରି
ଲକ୍ଷ୍ୟ ହୀନ
ସ୍ୱାଦହୀନ
ରଙ୍ଗହୀନ
ଜୀବନ ଜିଉଁଥିଲି
ମରି ମରି
ବାଟବଣା ପଥିକ ମୁଁ
ଅମଡ଼ା ବାଟରେ ଚାଲୁ ଥିଲି
ଏକାଏକା
ଶୂନ୍ୟତାର ବଳୟ ଥିଲା
ମୋର ଅନ୍ଧାରିଆ ଟିକି ଦୁନିଆ
ଭଙ୍ଗା ସପନ
ଆଉ
ହତାଶ ମନକୁ
ଆଦରି ନେଇଥିଲି ଜୀବନର
ଶେଷ ଇଚ୍ଛା ଓ ଅଭିଳାଷ
ଅଦିନିଆ ବରଷା ହୋଇ ବରଷିଲୁ
ମନ ଅଗଣାରେ ମୋର
ଭିଜେଇଲୁ ମନ ହସେଇଲୁ ଧନ
ଫେରିଲା ପରାଣ ମୋର
ଫଗୁଣର ରଙ୍ଗ ବୋଲି ଦେଲୁ ଦେହେ
ଶିଖାଇଲୁ ମୋତେ ପ୍ରେମର ରଙ୍ଗ
ଖୋଜି ଆଣିଦେଲୁ ନୂଆ ଜୀବନ
ଯୋଡ଼ିଦେଲୁ ସବୁ ଭଙ୍ଗା ସପନ
