STORYMIRROR

Debadatta Jena

Abstract Others

3  

Debadatta Jena

Abstract Others

ଅନାମିକା

ଅନାମିକା

1 min
184


ଆଗୋ କାରୁବାକୀ, 


ତୁମେ ମାଗୁଛ ତ ମାଗ, 


କିଛି ପୁଣ୍ୟ,ଦାନ,ସର୍ବ ମାନ୍ୟ, 


ନ ମାଗିଲେ ତୁମ ଧର୍ମ,ତୁମ କର୍ମ, 


ତୁମ ପାପ, ତୁମ ମୋକ୍ଷ, 


କିଛି ମୁକ୍ତି,ସବୁ ଶୂନ୍ୟ..! 


ଆଗୋ କଳିଙ୍ଗ କନ୍ୟା, 


ତୁମେ ସୁଷମା, ଉପମା, ଅନୁପମା, 


ତୁମେ ଅଙ୍ଗେ ଅଙ୍ଗେ ମଧୁ ଜୋଛନା, 


ତୁମ ନୟନେ ମାଖିଛ ରକ୍ତ ଗୋଧୂଳି, 


କବରୀରେ ଘନ କୁନ୍ତଳ ଅଙ୍ଗନେ, 


ତୁମେ ଅପୂର୍ଵ ନିରୁପମା,


ତୁମେ ଅବୁଝା ମନର ଚିତ୍ର ନୁହେଁ 


ତୁମେ ନୀଳ ଆକାଶ ଚାରୁ ଚନ୍ଦ୍ରମା..!


ଆଗୋ ଅନାମିକା..


ତୁମେ ଗଂଧ ସୁଗନ୍ଧର ଅର୍ଚ୍ଚନା, 


ସ୍ମୃତି ପରଶରେ ତୁମେ ମୁଗ୍ଧ ବସଂତ


ଅତୁଲ୍ୟ ମାନିନୀ ତୁମେ ଅନନ୍ୟା, 


ତୁମ ଚଞ୍ଚଳ ହରିଣୀ ଆଖିରେ 


ସ୍ୱଚ୍ଛ ଶୁଦ୍ଧ ନୀଳିମାର ମୂର୍ଚ୍ଛନା, 


ତୁମ ପାଦର ନୂପୁର ଝରଣାର ଗୀତି, 


ଚୋରା ଚଇତିର ମଧୁ କଳ୍ପନା,


ପଲକ ଉଠିଲେ ନୟନ ଅଂଚଳେ 


ସାଗର ଲହରୀ ଉଠେ ଊର୍ମି ମାଳା..!


ଆଗୋ ନିଶି ଗନ୍ଧା.. 


ତୁମେ ମଧୁ ଯାମିନିର ସ୍ଵୟମ୍ବରା, 


ବିରହୀଣୀ ମଧୁ କୁଂଜ ନୀଳୟେ, 


ସ୍ବପ୍ନ ସୁନ୍ଦରୀ ଯେ ତୁମେ ୠତମ୍ବରା, 


ଶୁଭ୍ର ସବୁଜିମା ଶାନ୍ତ ସୁଶୋଭନେ, 


ନିର୍ଝରିଣୀ ତୁମେ ଶୈଳ ଶକୁନ୍ତଳା, 


ତୁମେ ତରଙ୍ଗଣୀ ଧାରା ସୁନାୟନା, 


ଆଗୋ ମେଘ କନ୍ୟା..


ତୁମେ ମେଘ ନନ୍ଦିନୀର ମେଘରାଣୀ  


ମେଘମାଳା ନୁହେଁ ଅନାମିକା.. !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract