STORYMIRROR

Dr Subas Chandra Rout

Classics

3  

Dr Subas Chandra Rout

Classics

ଅନାହତ ନାଦ ୧ ଭାଗ ୮

ଅନାହତ ନାଦ ୧ ଭାଗ ୮

1 min
138


ସଂମ୍ପୁର୍ଣ୍ଣ-ଗୁରୁ ସେବା କରିଲେ, ସର୍ବ ବିଧି ପୂର୍ଣ୍ଣ ହୁଏ,

ଅଧମ ଗୁରୁ ସେବା କରିଲେ, ମୂଳ ମଧ୍ୟ ଚାଲି ଯାଏ ।୮୫। 

କାମନା ଥିଲେ ନାମ ରହେନି, ନାମ ଥିଲେ ନାହିଁ କାମ,

ରବି, ରଜନୀ କେବେ ହେଲେବି ନ ରହନ୍ତି ଏକ ଧାମ ।୮୬। 

‘ବାସନା’ କଥା କହନ୍ତି ସବୁ, ଚିହ୍ନନ୍ତିନି କେହି ତାକୁ,

ମନର ଯେତେ ଉଗ୍ର କଳ୍ପନା, ବାସନା କହନ୍ତି ତାକୁ ।୮୭। 

ମିଠା ବଚନ ଔଷଧ ସମ, କଟୁ କଥା ତୀର ସମ,

କର୍ଣ୍ଣ ଦ୍ୱାରରୁ, ସଂଚରି ଯାଏ, ପୀଡ଼ା ସମସ୍ତ ଶରୀର ।୮୮। 

ଆଦର ଯାଏ, ସମ୍ମାନ ଯାଏ, ଚକ୍ଷୁରୁ ସ୍ନେହ ବିଦାୟ,

ଏହି ତିନିହେଁ ଚାଲି ଯାଆନ୍ତି, ଯଦି କହ ‘କିଛି ଦିଅ’ ।୮୯।

ଅମୃତକୁ ମୁଁ ପୋଟଳି କରି, ଶିରରେ ରଖିଛି ଧରି,

ଯାହାକୁ କହେ ଏହି କଥା ମୁଁ, କହେ ମୋତେ ଦୁରାଚାରୀ ।୯୦। 

ମାନ ବଡ଼ିମା ଜଗତ ମଧ୍ୟେ, ଶ୍ୱାନ ସମ ତାକୁ ଜାଣି,

ମିତ କରିଲେ ମୁଖ ଚାଟେ ସେ, ଶତୃ କଲେ ତନୁ ହାନି ।୯୧।  

ବଡ଼ ହେଲ ତ କଅଣ ହେଲା ଯେମିତି ବୃକ୍ଷ ଖଜୁର,

ଛାୟା ପାଏନି ରାସ୍ତା ପଥିକ, ଫଳ ଫଳେ ଅତି ଦୂର ।୯୨। 

ପ୍ରଭୁତା ଭଜନ କରନ୍ତି ସବୁ, ପ୍ରଭୁ ଭଜନ୍ତିନି କେହି,

କବୀର କହେ ପ୍ରଭୁଙ୍କୁ ଭଜ, ପ୍ରଭୁତା ଭୃତ୍ୟ ବୋଲାଇ ।୯୩।

କପଟୀ ମିଶେ ସଭିଙ୍କ ସାଥେ, କୁଟିଳ କଠୋର ମନ,

ଏକ ଦୁର୍ଜନ ଏକ ଦର୍ପଣ, ଆଗ ପଛ ଅସମାନ ।୯୪।

ନାମର ଆଶା ରଖ କେବଳ, ନିରାଶା ଆଶା ଅନ୍ୟର, 

ଜଳାଶୟରେ ଘର ଥିଲେ ବି, ଶୋଷରେ ମରିବା ସାର ।୯୫।

ଲୋଭ, ଡାଙ୍କୁଣୀ ଏକ ସମାନ, କରାଏ କାଳ କବଳ,

ନିଶି ଦିବସ ଆହୁରି ମାଗେ, ପ୍ରାଣ ହୁଏ କଲବଲ ।୯୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics