STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ଅନାହତ ନାଦ-୧ ଭାଗ-୭

ଅନାହତ ନାଦ-୧ ଭାଗ-୭

2 mins
225


ଅନାହତ ନାଦ ୧ (୯୬ ପଦ)

ଭାଗ ୭ (୭୩ -୮୪ ପଦ)

(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)

ଗୁରୁ ବିଚରା କରିବ କଅଣ, ଶିଷ୍ୟର ନାହିଁ ମତି,

ଶବ୍ଦ ବାଣ ତା କାନେ ପଶେନି, ବଂଶୀ ଫୁଙ୍କରେ ମାତି ।୭୩। 

କବୀର ସାଧୁ ସଙ୍ଗତେ ମିଳେ, ଅତର ସମ ସୁଗନ୍ଧ,

ନ ନେଲେ ମଧ୍ୟ ଅତର ତୁମେ, ସଙ୍ଗତେ ମିଳେ ସୁଗନ୍ଧ ।୭୪।

ଧନୀ(ପ୍ରଭୁ) ଦୁଆରେ ପଡ଼ି ରହ ତୁ, ଧକ୍କା ଧନୀର ଖାଅ, 

କେତେ ବେଳେ ତ ଦୟା ଆସିବ, ଦ୍ୱାର ଛାଡ଼ି ନ ଯାଅ ।୭୫।  

କଜ୍ଜ୍ୱଳ ଭରା କୋଠରୀ ସମ, ଗଢ଼ଣ ଏହି ସଂସାର,

ପ୍ରଶଂସା ଯୋଗ୍ୟ ସେହି ଭକ୍ତ ଯେ, ବିନା ଦାଗରେ ବାହାର ।୭୬।

ଯେଉଁ ଘଟରେ ପ୍ରଭୁ ରହନ୍ତି, ତାକୁ ଲୁଚେଇବ କିଏ,

ଯେତେ ଯତ୍ନରେ ଲୁଚାଅ ମଧ୍ୟ, ଉଜ୍ଜ୍ୱଳ ହୋଇ ଦେଖାଏ ।୭୭। 

ତନୁକୁ ଯୋଗୀ ବନାନ୍ତି ସବୁ, ମନକୁ ବିରଳ କେହି,

ସହଜେ ଲଭେ ସମସ୍ତ ବିଧି, ମନଟି ଯାହାର ଯୋଗୀ ।୭୮।

ରାତ୍ରୀ ହରାଉ ଶୋଇକରି ତୁ, ଦିବସ ହରାଉ ଖାଇ,

ଅମୂଲ୍ୟ ହୀରା ସମ ତୋ ଜନ୍ମ, କଉଡ଼ି ମୂଲ୍ୟରେ ଯାଇ ।୭୯। 

ମୋର ତୋରର ଶୃଙ୍ଖଳେ ବନ୍ଧା ଏହି ସମସ୍ତ ସଂସାର,

କବୀର ବନ୍ଧା କାହିଁକି ହେବ, ନାମ ଯାହାର ଆଧାର ।୮୦। 

ଦିନରେ ସୁଖ ନା ରାତ୍ରୀରେ ସୁଖ, ସ୍ୱପ୍ନରେ ବି ସୁଖ ନାହିଁ,

ରାମ ବିରହ ଯେ ଲୋକ ଭୋଗେ, ତାହାର କି ଖରା ଛାଇ?୮୧। 

କବୀର, ନିଜେ ଠକି ହୁଅ ତୁ, ଠକନି ଅନ୍ୟ କାହାକୁ,

ଠକିଲେ ସୁଖ ମିଳି ପାରିବ, ଠିକିଲେ ଦୁଃଖ ନିଜକୁ ।୮୨।  

ଉଦର ସମ ଅନ୍ନ ନିଏ ଯେ, ତନୁ ସମ ନିଏ ବସ୍ତ୍ର,

ଆବଶ୍ୟକଠୁ ବେଶି ନ ନିଏ, ତାହାର ନାମ ଫକୀର ।୮୩। 

ବହୁ ବନ୍ଧନେ ହୋଇଛି ବନ୍ଧା, ଗୋଟିଏ ବିଚରା ଜୀବ,

ବନ୍ଧନ ମୁକ୍ତ ପ୍ରଭୁ ନ କଲେ, ନିଜ ବଳରେ କି ହେବ ।୮୪। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics