STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଅନାବନା ପ୍ରଶ୍ନ

ଅନାବନା ପ୍ରଶ୍ନ

1 min
274


ଆଖି ପୋଖରୀ ନୁହଁ ପୁଣି ପୁରିଯାଏ

ହୃଦୟ କାଚ ନୁହଁ ପୁଣି ଭାଙ୍ଗିଯାଏ

ମଣିଷ ଋତୁ ନୁହଁ ପୁଣି ବଦଳିଯାଏ


ତୁଣ୍ଡ କମାଣ ନୁହଁ ପୁଣି ଛାତିଫଟାଏ

ମୁଣ୍ଡ ଟିଣ ନୁହଁ ପୁଣି ଅବୁଝା କରାଏ

ଦଣ୍ଡ ନାଚ ନୁହଁ ପୁଣି ରାତି ଜଗାଏ


ଜନ୍ମ ପ୍ରାରମ୍ଭ ନୁହଁ ପୁଣି ଡଙ୍କେଇଥାଏ

ମୃତ୍ୟୁ ଶେଷ ନୁହଁ ପୁଣି କନ୍ଦେଇଯାଏ

ସ୍ମୃତି ସନ୍ତକ ନୁହଁ ପୁଣି ମନେପକାଏ


କୈଶୁର ପାଣ୍ଡୁର ନୁହଁ ପୁଣି ଡେଣାମେଲାଏ

ଯୌବନ ବସନ୍ତ ନୁହଁ ପୁଣି ପ୍ରୀତିଗୁନ୍ଥାଏ

ବୟସ ପୋଷାକ ନୁହଁ ପୁଣି ଦେହଢଙ୍କାଏ


ଭୋକ ଆହାର ନୁହଁ ପୁଣି ଇଚ୍ଛା ଜନ୍ମାଏ

ବସ୍ତ୍ର ମଲାଟ ନୁହଁ ପୁଣି ଲଜ୍ୟା ଲୁଚାଏ

ରକ୍ତ ଗରମ ନୁହଁ ପୁଣି ଫୁଟି ର ଗାଏ


ଘର ସଂସାର ନୁହଁ ପୁଣି ଆଶ୍ରୟ ଦିଏ

ରାସ୍ତା ଠିକଣା ନୁହଁ ପୁଣି ସଂଯୋଗ କହେ

କ୍ଷେତ ଫସଲ ନୁହଁ ପୁଣି ଭରଣା ଯୋଗାଏ


ମାତ୍ର କାହିଁକି କାହିଁକି ?

ମନରେ ଏମିତିକା ଅନାବନା ପ୍ରଶ୍ନ ମାଳମାଳ

ଅଡୁଆ ସୁତାରେ ଗୁନ୍ଥିବାକୁ ଉତ୍ତର ଅସମ୍ଭାଳ


Rate this content
Log in

Similar oriya poem from Fantasy