ଅନାବନା ଭାବନା
ଅନାବନା ଭାବନା
ପଶୁ ସହ ଏଠି ମଣିଷ ସମାନ
ଏ କଳି ଯୁଗରେ ଭାଇ,,
ପ୍ରଣୟ ପରିକା ସମ୍ବେଦନ ଇଚ୍ଛା
ଭାବେ ଭଉଣୀକୁ ନେଇ l
ପବିତ୍ର ସମ୍ପର୍କ ଅମୃତ ସଂସାରେ
ପଶୁପରି ନହେଜଇ,,
ଆପଣା ସମ୍ପର୍କ କଳୁଷିତ କରେ
ନlନା କୁଟ ଛନ୍ଦ ନେଇ l
ହେ କଲମ ମୋର କାହିଁକି ମଉନ
ଅନ୍ତର ବ୍ୟଥାକୁ କହ,,
ଛଳନା, ଅସତ୍ୟ, କୁତ୍ସlର କାହାଣୀ
କାନ୍ଦି କାନ୍ଦି ଲେଖି ଦିଅ l
ଦେଖିଛକି ତମେ ଜନ୍ମ ହେଲାଦିନୁ
ହଜାର ବରଷ ପୂର୍ବୁ,,
ଏପରି ଜଘନ୍ୟ, କଦlକlର ଛବି
ତଥାପି କିଆଁ ନିରବୁ ।
କେତେ ତପ ବଳେ ଧରଣୀ ଦେହରେ
ହୋଇଲା ନର ଜନମ,,
ଉଦ୍ଦେଶ୍ୟ ନ'ବୁଝି ଯାଉଅଛି ମଜ୍ଜି
କରି ଅବର୍ଣ୍ଣନା କର୍ମ l
ଗାଈ କରେନାହି କୌଣସି ଛଳନା
ବିତରେ ଅମୃତ ପୟ,,
ଶୁଭ୍ର ରଙ୍ଗ କେବେ ପାଲଟି ଯାଇନି
ପାଇ କଳାସ୍ପର୍ଶ ମୋହ l
ହରି ଅlଣି ନାହଁ ପରର ବିତ୍ତକୁ
ଜନ୍ମିତ ବଂଶଜ ପାଇଁ,,
କାହିଁକି ମାନବ ସେ କର୍ମରେ ଡୁବେ
ପଙ୍କିଳ ପଥରେ ଧାଇଁ l
ବରଷl ପ୍ଲାବିତ ବାରିଦ କପାଳେ
ଶୋଭାପାଏ ସୌଦାମିନୀ,,
ପର ପାଇଁ କାହିଁ ନର ସିଞ୍ଚେ ନାହିଁ
ସ୍ୱଛ ଅମୃତର ପାଣି l
ଆହେ ଭଗବାନ ତମେକି ମଉନ
ଅଛକି ନଅଛ ମର୍ତ୍ତ୍ୟେ,,
ଏ ଘୋର ଅନ୍ୟାୟ କାଳ ଦୁଃଖ ମୟ
ସନ୍ଧି କର କର ସର୍ତ୍ତେ l
ସୁଖ ଓ ସୌନ୍ଦର୍ଯ୍ୟ ପ୍ରକୃତିରେ ଭରା
ନିଜ ଘରେ କିଆଁ ଚାହେଁ,,
ଏମୁଢ଼ ମାନବ ଚେତନା ବିହୀନ
ଇନ୍ଦ୍ରିୟ ସୁଖରେ ଧାଏଁ l
ହେ ମୋର କଲମ ଚିର ବିପ୍ଲବୀ
ମୋଉନ ନରଖ ମୁହଁ,,
ଅlଣ ପୂର୍ବ ଶୌର୍ଯ୍ୟ ଦେଖା ତଵ ଧୈର୍ଯ୍ୟ
ଛୁଟlଅ ବିପ୍ଳବ ସୁଅ l
