STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଅମୂଲ୍ୟ ଜୀବନ

ଅମୂଲ୍ୟ ଜୀବନ

1 min
12

ଜୀବ ମଧ୍ୟେ ଶ୍ରେଷ୍ଠ

ମନୁଷ୍ୟ ଜୀବନ

ତ୍ୟାଗର ତୁ ପ୍ରତିମୂର୍ତ୍ତି,

ବହୁ ପୂଣ୍ୟ ବଳୁ

ନର ରୂପେ ଜନ୍ମ

ରଖ ଧର୍ମ କର୍ମେ ପ୍ରୀତି ।


କର ତୁ ଅର୍ପିତ

ରାଷ୍ଟ୍ର ପ୍ରତି ଭକ୍ତି

ଜନସେବା ନିରନ୍ତର

ଦୀନ ଜନ ମନେ

ଖୁସି ଆଣି ଦିଅ

ସେବାଭାବ କର୍ତ୍ତବ୍ୟର ।


କର ତୁ ସମୃଦ୍ଧ

ଜୀବନ ତାଙ୍କର

ହୁଅନ୍ତୁ ଆତ୍ମନିର୍ଭର 

ପ୍ରେମ ପ୍ରୀତି ଶ୍ରଦ୍ଧା

ଦିଅ ତୁ ଅଜାଡି 

ମନୁଷ୍ୟ ଏ କର୍ମ ତୋର ।


ରାମ କାର୍ଯ୍ୟ କର

ମନୁଷ୍ୟ ଜୀବନେ

ହେଉ ପୁନଃ ରାମରାଜ୍ୟ

ସୌରଭ ଗୌରବ

ଗୁଞ୍ଜୁରେ ବିଶ୍ବରେ

କୀର୍ତ୍ତିର ଶାନ୍ତି ସାମ୍ରାଜ୍ୟ ।


Rate this content
Log in

Similar oriya poem from Abstract