STORYMIRROR

Geetanjali Prusty

Abstract Inspirational

4  

Geetanjali Prusty

Abstract Inspirational

ଅମୃତସର କଵୀ ସମ୍ମିଳନୀ

ଅମୃତସର କଵୀ ସମ୍ମିଳନୀ

1 min
395


ଓଡିଶା ମାଟିରୁ ଆସିଥିଲୁ ମିଶି 

ପଞ୍ଜାବ ପ୍ରଦେଶେ ଧାଁଇଁ

ଅମୃତସରର ଖାଲସା କଲେଜ

କୋଳେଇଲା ହସିଦେଇ ll


ସାରା ଭାରତର ଅନେକ ପ୍ରାନ୍ତରୁ

କେତେକେତେ ଭାଷାଭାଷି

ବନ୍ଧୁତ୍ୱ ଯୋଡ଼ିଲେ ଭାବ ସମର୍ପିଲେ

କଥା କହି ହସିହସି ll


ପ୍ରବାସ ମାଟିରୁ କେତେ ଭାରତୀୟ

କରିଥିଲେ ଯୋଗଦାନ

ଶୁଭେଚ୍ଛା ବଣ୍ଟନେ ଭାବ ପ୍ରବଣରେ

କରିଥିଲେ ସମ୍ମୋହନ ll


ଏକାଠି ରହିବା ଏକାଠି ଖାଇବା

ଅନୁପମ ଅନୁଭୂତି

ଅନୁଭବୀ ବିନା କହିକେ ପାରିବ

ହୃଦୟେ ସାଇତା ସ୍ମୃତି ll


କଟିଗଲା କାହିଁ ତିନିଦିନ କାଳ

ସମୟ ସାଥୀରେ ଧୀରେ

ବାହୁଡ଼ିଲେ ସର୍ବେ ନିଜନିଜ ଘରେ

ବୀରହ ସଙ୍ଗୀତ ସ୍ଵରେ ll


ନୃତ୍ୟ ଗୀତ ସହ କବିତା ଝଲକ

ଆଞ୍ଚଳିକ ଭାଷା ସାଥେ

କିଛି ବୁଝୁଥିଲୁ କିଛି ବି ଅବୁଝା

ରସ ଆହରଣ ପଥେ ll


ରାଷ୍ଟ୍ରଭାଷା ପୁଣି ତେଲୁଗୁ,ତାମିଲ,

କନ୍ନଡ଼,ପଞ୍ଜାବୀ,ମେଳି

ଗାରୋ, ଖାସି ସାଥେ ଆସାମୀ ବଙ୍ଗଳା

ଓଡ଼ିଆଙ୍କ କର ତାଳି ll


ବିଭିନ୍ନତା ମଧ୍ୟ ଅନେକ ଏକତା

ଆମ ଦେଶର ବୈଶିଷ୍ଟ୍ୟ

ଭାଷା ସାହିତ୍ୟର ସାମଞ୍ଜସ୍ୟ ପଥେ

କରିଛୁ ଅନେକ କଷ୍ଟ


ସଫଳତା ପୁଣି ସୁଯୋଗ ସମ୍ମାନ

ହାତ ପାଆନ୍ତାରେ ପାଇ

ହରାଇନୁ କିଛି ପାଇଛୁ ଅନେକ

ଭିନ୍ନ ଉପଲବ୍ଧି ନେଇ ll


ବନ୍ଧୁତ୍ୱର ଭାବ ସର୍ବ ମୁଖେ ଶୋଭା

ପାଉଥିଲା ଜଳ ଜଳ

ଗୋଟିଏ ମୁହୂର୍ତ୍ତ ହରାଇବା ପାଇଁ

ପାଖରେ ନଥିଲା ବେଳ l


ସମ୍ମେଳନ ଛାଡ଼ି ଆସିଥିଲୁ ଫେରି 

ସର୍ବେ ନିଜ ନିଜ ପଥେ

ଅନେକ ସଂସ୍କୃତି ଭାଷା ସାହିତ୍ୟର

ସର୍ବ ଧର୍ମ କୋଳାଗ୍ରତେ ll


ସର୍ବ ଭାରତୀୟ କବୟିତ୍ରୀ ସଭା

ଲରୀ ଆଜାଦଙ୍କ ସୃଷ୍ଟି

ସୁଯୋଗ ଆଣିଛି ନାରୀ ଜାଗରଣେ

AIPC ର ଦୃଷ୍ଟି ll


ଧନ୍ୟ ସ୍ରଷ୍ଟା ତୁମେ ଘେନହେ ପ୍ରଣାମ 

ଦେଇଛ ଶକ୍ତ ଆହ୍ୱାନ 

ଭୁଲିନି ଏଜାତି ନାରୀ ଜଗରଣେ

ଧରି ନିଜ ସ୍ୱାଭିମାନ ll


Rate this content
Log in

Similar oriya poem from Abstract