ଅମୃତସର କଵୀ ସମ୍ମିଳନୀ
ଅମୃତସର କଵୀ ସମ୍ମିଳନୀ
ଓଡିଶା ମାଟିରୁ ଆସିଥିଲୁ ମିଶି
ପଞ୍ଜାବ ପ୍ରଦେଶେ ଧାଁଇଁ
ଅମୃତସରର ଖାଲସା କଲେଜ
କୋଳେଇଲା ହସିଦେଇ ll
ସାରା ଭାରତର ଅନେକ ପ୍ରାନ୍ତରୁ
କେତେକେତେ ଭାଷାଭାଷି
ବନ୍ଧୁତ୍ୱ ଯୋଡ଼ିଲେ ଭାବ ସମର୍ପିଲେ
କଥା କହି ହସିହସି ll
ପ୍ରବାସ ମାଟିରୁ କେତେ ଭାରତୀୟ
କରିଥିଲେ ଯୋଗଦାନ
ଶୁଭେଚ୍ଛା ବଣ୍ଟନେ ଭାବ ପ୍ରବଣରେ
କରିଥିଲେ ସମ୍ମୋହନ ll
ଏକାଠି ରହିବା ଏକାଠି ଖାଇବା
ଅନୁପମ ଅନୁଭୂତି
ଅନୁଭବୀ ବିନା କହିକେ ପାରିବ
ହୃଦୟେ ସାଇତା ସ୍ମୃତି ll
କଟିଗଲା କାହିଁ ତିନିଦିନ କାଳ
ସମୟ ସାଥୀରେ ଧୀରେ
ବାହୁଡ଼ିଲେ ସର୍ବେ ନିଜନିଜ ଘରେ
ବୀରହ ସଙ୍ଗୀତ ସ୍ଵରେ ll
ନୃତ୍ୟ ଗୀତ ସହ କବିତା ଝଲକ
ଆଞ୍ଚଳିକ ଭାଷା ସାଥେ
କିଛି ବୁଝୁଥିଲୁ କିଛି ବି ଅବୁଝା
ରସ ଆହରଣ ପଥେ ll
ରାଷ୍ଟ୍ରଭାଷା ପୁଣି ତେଲୁଗୁ,ତାମିଲ,
କନ୍ନଡ଼,ପଞ୍ଜାବୀ,ମେଳି
ଗାରୋ, ଖାସି ସାଥେ ଆସାମୀ ବଙ୍ଗଳା
ଓଡ଼ିଆଙ୍କ କର ତାଳି ll
ବିଭିନ୍ନତା ମଧ୍ୟ ଅନେକ ଏକତା
ଆମ ଦେଶର ବୈଶିଷ୍ଟ୍ୟ
ଭାଷା ସାହିତ୍ୟର ସାମଞ୍ଜସ୍ୟ ପଥେ
କରିଛୁ ଅନେକ କଷ୍ଟ
ସଫଳତା ପୁଣି ସୁଯୋଗ ସମ୍ମାନ
ହାତ ପାଆନ୍ତାରେ ପାଇ
ହରାଇନୁ କିଛି ପାଇଛୁ ଅନେକ
ଭିନ୍ନ ଉପଲବ୍ଧି ନେଇ ll
ବନ୍ଧୁତ୍ୱର ଭାବ ସର୍ବ ମୁଖେ ଶୋଭା
ପାଉଥିଲା ଜଳ ଜଳ
ଗୋଟିଏ ମୁହୂର୍ତ୍ତ ହରାଇବା ପାଇଁ
ପାଖରେ ନଥିଲା ବେଳ l
ସମ୍ମେଳନ ଛାଡ଼ି ଆସିଥିଲୁ ଫେରି
ସର୍ବେ ନିଜ ନିଜ ପଥେ
ଅନେକ ସଂସ୍କୃତି ଭାଷା ସାହିତ୍ୟର
ସର୍ବ ଧର୍ମ କୋଳାଗ୍ରତେ ll
ସର୍ବ ଭାରତୀୟ କବୟିତ୍ରୀ ସଭା
ଲରୀ ଆଜାଦଙ୍କ ସୃଷ୍ଟି
ସୁଯୋଗ ଆଣିଛି ନାରୀ ଜାଗରଣେ
AIPC ର ଦୃଷ୍ଟି ll
ଧନ୍ୟ ସ୍ରଷ୍ଟା ତୁମେ ଘେନହେ ପ୍ରଣାମ
ଦେଇଛ ଶକ୍ତ ଆହ୍ୱାନ
ଭୁଲିନି ଏଜାତି ନାରୀ ଜଗରଣେ
ଧରି ନିଜ ସ୍ୱାଭିମାନ ll
