ଅମୃତମୟ
ଅମୃତମୟ


କିଏ ବା ନିଜର ଏଠି
କିଏ ଅବା ପର
କାହା ପାଇଁ ଢାଳିବି ସୁଧା
କାହା ପାଇଁ ଜହର?
କିଏ ବା ନିଜର ଏଠି
ପୁଣି କିଏ ଅବା ପର
କାହାକୁ ଦେବି ପାଣି ସାର
କାହାର ବା କାଟିବି ଚେର?
ସଭିଏଁ ତ ଏ ଧରାଧାମେ
ମୋ ଭାଇ ଭଉଣୀ
କାହାର ଅନିଷ୍ଟ କଥା
ମୁଁ ଚିନ୍ତିବି କିମ୍ପାଇଁ?
ପର ଆପଣାର ଦୋଘାଇରେ
ସନ୍ତୁଳି ହେଉଛି ପରାଣ
କେଇଟା ଦିନର ଜୀବନ
କାହିଁକି ଏ ବୃଥା ଟାଣପଣ?
ଜୀବନଟା ଏକ କ୍ଷୁଦ୍ର ନାଟକ
ହସି ହସାଇବା ହେଉ ମୋର ବ୍ରତ
କଥାରେ କର୍ମରେ ହେଉ ନିଃସୃତ
କେବଳ ଅମୃତ ହିଁ ଅମୃତ!
ହେ ପରମେଶ୍ଵର!
ମନେ ମୋର ଭରିଦିଅ
ଏହି ସଦଭାବନା
ତୁମ ଶ୍ରୀରଙ୍ଗାଚରଣ କମଳେ
ଏତିକି ମାତ୍ର ପାର୍ଥନା!