STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଅମୃତମୟ

ଅମୃତମୟ

1 min
154

କିଏ ବା ନିଜର ଏଠି

କିଏ ଅବା ପର

କାହା ପାଇଁ ଢାଳିବି ସୁଧା

କାହା ପାଇଁ ଜହର?

କିଏ ବା ନିଜର ଏଠି

ପୁଣି କିଏ ଅବା ପର

କାହାକୁ ଦେବି ପାଣି ସାର

କାହାର ବା କାଟିବି ଚେର?

ସଭିଏଁ ତ ଏ ଧରାଧାମେ

ମୋ ଭାଇ ଭଉଣୀ

କାହାର ଅନିଷ୍ଟ କଥା

ମୁଁ ଚିନ୍ତିବି କିମ୍ପାଇଁ?

ପର ଆପଣାର ଦୋଘାଇରେ

ସନ୍ତୁଳି ହେଉଛି ପରାଣ

କେଇଟା ଦିନର ଜୀବନ

କାହିଁକି ଏ ବୃଥା ଟାଣପଣ?

ଜୀବନଟା ଏକ କ୍ଷୁଦ୍ର ନାଟକ

ହସି ହସାଇବା ହେଉ ମୋର ବ୍ରତ

କଥାରେ କର୍ମରେ ହେଉ ନିଃସୃତ

କେବଳ ଅମୃତ ହିଁ ଅମୃତ!

ହେ ପରମେଶ୍ଵର!

ମନେ ମୋର ଭରିଦିଅ

ଏହି ସଦଭାବନା

ତୁମ ଶ୍ରୀରଙ୍ଗାଚରଣ କମଳେ

ଏତିକି ମାତ୍ର ପାର୍ଥନା!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract