STORYMIRROR

Prafulla Chandra Mishra

Classics Inspirational

3  

Prafulla Chandra Mishra

Classics Inspirational

ଅମୃତମୟ ଉତ୍କଳ (୬)

ଅମୃତମୟ ଉତ୍କଳ (୬)

1 min
215


ଉତ୍କଳ ଜନନୀ ମା ଜନନୀ  ଧନ୍ୟ ମୁଁ ତୋ କୋଳେ ଜନମି

ଅମୃତ ମୟ ତୋ କୋଳ ମାତା

ତୋ ପାଇଁ ମୁଉଁ ଜଗତ ଜିତା

ତୋ କୋଳ ମୋର ବିଷ୍ଣୁ ଆଳୟ

ଦେଉଛୁ ମାତା ମୋରେ ଅଭୟ

ଦେଇଛୁ ଖିର ଦେଇଛୁ ନିର 

ବନାନୀ ଘେରା ନୀଳ ଓଢଣୀ ଦେଇଛୁ ମୋ ମୁଣ୍ଡେ ଟାଣି

ଉତ୍କଳ ଜନନୀ ମା ଜନନୀ, ଧନ୍ୟ ମୁଁ ତୋ କୋଳେ ଜନମି ।।


ମୃଦୁ ମଳୟ କରେ ଅଥୟ

ଗନ୍ଧେ ପୂରିତ ହୁଏ ହୃଦୟ

ରହସ୍ୟ ପୂର୍ଣ୍ଣ ଅସୀମ ବିଶ୍ଵ

ଉତ୍କଳ ମାଟି ଅଟେ ପବିତ୍ର

ତା ପାରାବାର ଜଳ ଅଥଳ

ଭାରତ ହୃଦ କୌସ୍ତୁଭ ମଣି ମା ମୋ ବିଶ୍ଵ ପାଟରାଣୀ

ଉତ୍କଳ ଜନନୀ ମା ଜନନୀ, ଧନ୍ୟ ମୁଁ ତୋ କୋଳେ ଜନମି ।।


ଚିଲିକା ବକ୍ଷ ତୋ କେଳିକକ୍ଷ

ତା ମଧ୍ୟେ ଗିରି (ତୋ) କେଳି ମଣ୍ଡପ

ପୁରୁଷୋତ୍ତମ ପବିତ୍ର ଧାମ

ଦର୍ଶନେ ପାପି ଲଭଇ ପୂଣ୍ୟ

ମନ୍ଦିର ମାଳ ଯା ଗଳାହାର

ସେଇତ ମୋହର ମାତୃ ଭୂମି ଭୂମଣ୍ଡଳ ପାଟରାଣୀ

ଉତ୍କଳ ଜନନୀ ମା ଜନନୀ, ଧନ୍ୟ ମୁଁ ତୋ କୋଳେ ଜନମି ।।


ଯା ନାମ ପୁଣି ଅରାତି ଶୁଣି

ଭୟରେ ଥାଏ ପ୍ରମାଦ ଗଣି

ଉଡଇ ଯାର ଗରବେ ଧ୍ଵଜା

କୀରତି ପଦ୍ମ ନଭଶ୍ଚୁମ୍ଵି ଯା 

ତା ବକ୍ଷ ମୋର ପୀୟୂଷ ଝର

ପୂର୍ବାଶା ଦ୍ଵାରେ ତୁ ଉଷାରାଣୀ ନମାମି ମାଆ ନମାମି

ଉତ୍କଳ ଜନନୀ ମା ଜନନୀ, ଧନ୍ୟ ମୁଁ ତୋ କୋଳେ ଜନମି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics