ଅମୃତାୟନ
ଅମୃତାୟନ
ମନ ପବନ ରେ ଦୋଳି ଖେଳୁଥାଏ
ପ୍ରକୃତିର ପରାଭବେ,
ମଣିଷ ଭାବନା ସୀମା ଲଂଘୁଥାଏ
ବେଗ ପ୍ରଖର ସ୍ଵଭାବେ ।
ଅସୁମାରୀ ସ୍ୱପ୍ନ ଅସରନ୍ତି ଇଚ୍ଛା
ହୃଦୟର ଶ୍ରଦ୍ଧା କୋଣେ,
ଦରଦୀ କିଏ ବା ଅତ୍ମୀୟତା ଭରା
ଭାଗ୍ୟ, ଅହୋଭାଗ୍ୟ ପଣେ ।
ପବନର ବେଗ ମନର ସମ୍ଭନ୍ଧ
କାହାକୁ ପାରିବ ଛୁଇଁ,
ହୃଦୟ ବୁଝିବ ପ୍ରୀତି ପରଷିବ
ସ୍ୱପ୍ନ ଯିବ ସତହୋଇ।
ଅନ୍ତର ପଖଳା ଶ୍ରଦ୍ଧାର ମେଖଳା
ଅଙ୍ଗେଅଙ୍ଗେ ପୁଲକିବ,
ଆଶା ବୈତରଣୀ କୂଳର କାହାଣୀ
ନୀଳଢେଉ ଛୁଉଁଥିବ ।
ମନ ଛୁଇଁଯାଏ ଦରଦୀ ଭାଷାରେ
ବେଦରଦୀ କିବା ଜାଣେ,
ବିଶ୍ୱାସର ଦୃଢ଼େ ସମ୍ପର୍କ ଜଣାଏ
ଭିଜା ମମତା ପରାଣେ ।
ନିସର୍ତ୍ତ ଶ୍ରଦ୍ଧାର ନିସ୍ୱାର୍ଥ ଭାବନା
ଶାଶ୍ୱତ ଓ ଚିରନ୍ତନ,
ନିଷ୍କାମ ଅନ୍ତର ବୁଝେ ତାହା ସିନା
ପବିତ୍ର ଅମୃତାୟନ ।