Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Abstract Inspirational

3  

Lokanath Rath

Abstract Inspirational

ଅମାନିଆ ବର୍ଷା

ଅମାନିଆ ବର୍ଷା

2 mins
260



ସ୍ରଷ୍ଟାଙ୍କର ବଡ଼ ବିଚିତ୍ର ସମୟର ଖେଳ, 

ଲାଗେ ଏବେ ସବୁ ଅଖାଡୁଆ ବେଳ କାଳ. 

ଆଗେ ତ ଶୃଙ୍ଖଳିତ ହୋଇ ଆସୁଥିଲେ ଋତୁ ପରେ ଋତୁ, 

ଏବେ କିନ୍ତୁ ନାହିଁ ସେ ଶୃଙ୍ଖଳା, ଆସିବ କେବେ କେଉଁ ଋତୁ. 

ସମୟ କିନ୍ତୁ ଗଡି ଚାଲେ ନିଜ ବେଗ ଓ ଗତିରେ, 

ସେ ବି କହୁଛି ଋତୁ ଏବେ ନାହିଁ ଆଉ ତା ଆୟତ୍ତରେ. 

ନୂଆ ନୂଆ ପାଠ ଏବେ ନୂଆ ନୂଆ ହେଉଛି ପ୍ରୟୋଗ, 

ମାନବ ତ କହୁଛି ଏବେ ବଦଳିଛି ସବୁ, ଆସିଛି ନୂତନ ଯୁଗ. 

ସେ ନୂତନତ୍ୱ ବଳେ ଗ୍ରୀଷ୍ମ କାଳେ ହୁଏ ବର୍ଷା ହୋଇ ଅମାନିଆ, 

ପୁଣି ଶୀତ ଦିନେ ଯେବେ ବର୍ଷେ ଲାଗଇ ବେଳେ ବେଳେ ଛାନିଆ. 

ଚାଷୀ ହୁଏ ବଡ଼ ହନ୍ତ ସନ୍ତ, ଦିଏ ମଥାରେ ହାତ, 

ଜଳ ବନ୍ଦୀ ହୁଏ ତାର ପାଚିଲା ଧାନର ସୁନେଲି ଖେତ. 

କେବେ କେବେ ସେ ଜଳ ବନ୍ଦୀ କ୍ଷେତ ଦିଏ ଅନେକ କଷଣ, 

ନଷ୍ଟ ହୁଏ ଚାଷୀର ଫସଲ, ଗଜାମାରି ଯାଏ ପାଚିଲା ଧାନ. 

ନିଃସହାୟ ହୁଏ ଦେଖି ତାର ଉଜୁଡା ଫସଲ, 

ଦୁଃଖ ଓ ଦ୍ରାରିଦ୍ୟ ମଧ୍ୟେ ତା ଜୀବନ ହୁଏ କଲବଲ. 

ଆଗରୁ ସେ ଋତୁ ଦେଖି କରୁଥିଲା ସବୁ ଚାଷ, 

ଏବେ କିନ୍ତୁ ଅଜଣା ଭୟରେ ରହି ସେ କରଇ ବାସ. 

ତେଣୁ କିଛି ଉପାୟ ନ ପାଇ ହୁଏ ସହର ମୁଖି, 

ପେଟ ପାଟଣା ପାଇଁ ଖୋଜେ କର୍ମ ହୋଇ ସେ ଦୁଃଖୀ. 

ସହରର ହାବ ଭାବ ସେ ତ କିଛି ବୁଝି ପାରେନା, 

କେଉଁ ଏକ ଅଜଣା କୋଣେ ବାନ୍ଧେ ଅସ୍ଥାୟୀ ଠିକଣା. 

ଯେବେ ପୁଣି ଏହି ଅମାନିଆ ବର୍ଷା ଅଦିନେ ବରଷି ଯାଏ, 

ଅଜଣା ମଣିଷ ସେ ନିଜେ ଜଳ ବନ୍ଦୀ ହୋଇଯାଏ. 

କେବେ କେବେ ଅସହ୍ୟ ଶୀତ ଦିନେ ଅମାନିଆ ବର୍ଷାକୁ ଦେଖି, 

ଥଣ୍ଡା ଓ କାକର ର ଆଘାତେ ରକ୍ତ ତାର ଲାଗେ ସତେ ଯିବ କି ଶୁଖି ?

ଖାଲି ସେତିକିରେ ସରିନାହିଁ ଏ ଅମାନିଆ ବର୍ଷାର କାହାଣୀ, 

ଏମିତି ବରଷେ ସେ, ଜଳ ବନ୍ଦୀ ହୁଅନ୍ତି ସହରର ଅନେକ ପ୍ରାଣୀ. 

ରାସ୍ତା ଘାଟ ଗଳି କନ୍ଦି ସବୁ ହୁଏ ସହରର ଜଳ ବନ୍ଦୀ, 

ତା ସହିତ ମାନବ ଜୀବନ ସେ ଜଳର ଘେରରେ ହୁଏ ଗୃହ ବନ୍ଦୀ. 

କେବେ କେବେ କିଛି କ୍ଷଣ ଆଉ କେବେ କିଛି ଦିନ ଯାଏ ବିତି, 

ଜଳ ବନ୍ଦୀ ହୋଇ ସଭିଏଁ ଅମାନିଆ ବର୍ଷାକୁ କରନ୍ତି ବିନତି. 

କେବେ କେବେ କେହି ପୁଣି ସ୍ରଷ୍ଟାଙ୍କୁ ଦେଇଥାନ୍ତି ଦୋଷ, 

ସ୍ରଷ୍ଟା କିନ୍ତୁ ନିରବ ରହି କରନ୍ତି ମୃଦୁ ଉପହାସ. 

ନୂତନ ଯୁଗର ନିର୍ମାଣ ନିଶାରେ ମଣିଷ କରୁଛି ଖେଳ, 

ଦୂଷିତ ଜଳବାୟୁ ହରାଇଛି ପ୍ରକୃତି ସଙ୍ଗେ ତାର ମେଳ. 

ଭୁଲିଛି ମଣିଷ ଆଜି ସବୁ ଅଦଭୂତ ନିଶାରେ ରହି, 

ପ୍ରକୃତିକୁ ନଷ୍ଟ କରି କିଛି ନୂତନ ଆଶାକୁ ଜନ୍ମ ଦେଇ. 

ବିଶୃଙ୍ଖଳିତ କରିଛି ସେ ସବୁ ଋତୁର ସମୟକୁ, 

ଆବାହନ କରୁଛି ସେ ଏବେ ଅଦିନେ ଅମାନିଆ ବର୍ଷାକୁ. 

ସେଥିପାଇଁ କିଏ ହୁଏ ଜଳବନ୍ଦୀ କିଏ ପୁଣି ହୁଏ ଗୃହ ବନ୍ଦୀ, 

ଭାବିଛି ତା ଜ୍ଞାନ କୌଶଳ ବଳେ କାଳେ ସମୟକୁ ରଖିବ ଛନ୍ଦି !

ଏବେବି ସମୟ କହୁଛି, ହେ ଅବୁଝା ମଣିଷ ଶୁଣ, 

ବୁଝିବାକୁ ଚେଷ୍ଟା କର ପ୍ରକୃତି ଓ ମୋର ମେଳର ଗୁଣ. 

ତେବେ ସବୁ କିଛି ହେବ ଶୃଙ୍ଖଳା ଭିତରେ ଏ ସୃଷ୍ଟିରେ, 

ନ ହେବ ଅମାନିଆ ବର୍ଷା, ନ ରହିବେ କେହି ଜଳ ବନ୍ଦୀରେ. 



Rate this content
Log in

Similar oriya poem from Abstract