ଅମାବାସ୍ୟା
ଅମାବାସ୍ୟା
ଅମା ଅନ୍ଧାରକୁ ଅଳିକ ମଣି
ଆଶାର ଦୀପଟେ ଜଳାଇଲ ।
ଦୀପର ସୁବର୍ଣ୍ଣ ତେଜରେ
ଚତୁର୍ଦିଗ ଆଭାରେ ସିନା ଉଦ୍ଭାସିତ ହେଲା
ହେଲେ ଦୀପ ତଳ ତ ଯୋଉ ଅନ୍ଧାରକୁ
ସେଇ ଅନ୍ଧାର ରହିଗଲା ।
ଦଲକାଏ ପବନ
ନିଜେ ଜଳି ଜଳି ଆଲୁଅ ଢାଳୁଥିବା ସଳିତାକୁ
ହଲେଇ ଦେଲାନି ଯେ
ଦୀପତଳ ତମସା ହଟିଗଲା ଆଉ ଫେରିଲା ।
ସେଇ କ୍ଷଣକରେ ସେ ନିଜକୁ
ଚିହ୍ନିବ ଚିହ୍ନିବ ଭାବୁ ଭାବୁ
ସମୟ ଶେଷ
ଦୀପତଳ ପୁଣି ଅନ୍ଧାର ଦିଶିଲା ।
ଏଇତ! ସେଠି ମୋରି ପରି ଆହୁରି ଅନେକ ଦୀପ
ସମସ୍ତେ କେମିତି ଜଳୁଛନ୍ତି ଅହରହ
ନିଃଶବ୍ଦ ।
ସରିବାକୁ କି ଅପେକ୍ଷା ଘିଅ?
ବଳିତା ଟାଣୁଥାଏ ଘିଅ
ଜଳୁଥାଏ ଦୀପ ଶେଷ ବିନ୍ଦୁ ଯାଏ ।
ଜଳି ଜଳି ମନାସେ
ସବୁଦିନେ ହେଉ ଦିପାବଳୀ ,
ଅମାବାସ୍ଯାର ଶେଷ
ତା' ଅନ୍ଧାରକୁ ଜିତେଇବାର ଜିଦ୍
ତା' ଆସ୍ପର୍ଦ୍ଧାକୁ ହରେଇଦେଉ
ଗୋଟିଏ ଦୀପ
ଜହ୍ନ ହୋଇ ।।