STORYMIRROR

Ramesh takri

Romance

4  

Ramesh takri

Romance

ଅମାବାସ୍ଯାର ଜହ୍ନ

ଅମାବାସ୍ଯାର ଜହ୍ନ

1 min
152


ପୂର୍ଣ ଚାନ୍ଦ ଢାଳେ   ରୂପେଲି ଜୋଛନା

    ଧରଣୀରେ ପଡ଼େ ଝରି

ଅମାବାସ୍ଯା ଦିନ   ଲୁଚିଯାଏ ଜହ୍ନ

    ସେଦିନ ଆସେ ନା ଫେରି ।୦।


ଜହ୍ନ ଲୁଚି ଗଲେ   ଅମାବାସ୍ଯା ହୁଏ

    ତମସା କରେ ଆଛନ୍ନ

ଆକାଶେ ଅସଂଖ୍ଯ  ତାରକା ଥିଲେ ହେଁ

    ହୁଏନା ଚନ୍ଦ୍ର ସମାନ


ଏକ ମାତ୍ର ଚାନ୍ଦ  ଆଲୋକ ଦିଅଇ

    ଅନ୍ଧକାର ଦୂର କରି ।୧।


ପୂର୍ଣିମା ଆସିଲେ   ଅମାବାସ୍ଯା ହୋଇ

    ଆଲୁଅ ଅନ୍ଧାର ହେବ 

ଚନ୍ଦ୍ରମା ଆକାଶେ   ଲୁଚକାଳି ଖେଳ

    ଅହରହ ଚାଲିଥିବ


ଜୀବନେ ଏମିତି   ସୁଖ ଦୁଃଖ ଆସେ

    ଆଲୁଅ ଅନ୍ଧାର ପରି ।୨।


ପ୍ରିୟାଥିଲେ ପାଶେ   ମୋ ମନ ଆକାଶେ

    ଉଅଁଇ ପୂନେଇ ଜହ୍ନ

ବିରହ ତାହାର   ଦୁଃଖ ଆଣେ ମନେ

    ଝୁରିହୁଏ ରାତି ଦିନ


ସତେକି ମୋ ପ୍ରିୟା   ଲୁଚିଛି ଯେମତି

   ଅମାବାସ୍ଯା ଜହ୍ନ ପରି ।୩

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance